ଭୁବନେଶ୍ୱର, ଜାନୁଆରୀ ୧(ଲୋକାଲ ୱାୟାର): ଦୀର୍ଘ ଦୁଇ ଦଶନ୍ଧି ପରେ ପୁଣି ଥରେ ମଞ୍ଚକୁ ଓହ୍ଲାଇବେ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଅମୋଲ ପାଲେକର ।
ଭାରତୀୟ ସିନେମା ଜଗତରେ ବେଶ ଚର୍ଚ୍ଚିତ ଏବଂ ଲୋକପ୍ରିୟ କଳାକାର ଭାବେ ସ୍ୱାକ୍ଷର ବହନ କରି ଆସିଥିବା ଶ୍ରୀ ପାଲେକର ୨୦ ବର୍ଷ ପରେ ପୁଣି ମଞ୍ଚକୁ ଫେରିଥିବାବେଳେ ସେ ତାଙ୍କର ସୋ’ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କରିବାକୁ ଯାଉଛନ୍ତି ।
ଆସନ୍ତା ଜାନୁଆରୀ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟ୍ ଅନୁଷ୍ଠିତ ହେବ । ଏହି ଅବସରରେ ୧୧ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ୍ ସମୟରେ ରବୀନ୍ଦ୍ର ମଣ୍ଡପଠାରେ ହିନ୍ଦୀ ନାଟକ ପ୍ରଦର୍ଶିତ ହେବ ।
ନାଟକର ନାମ ‘କସୁର’(ଦ ମିଷ୍ଟେକ୍) ରହିଛି । ଏଥିରେ ଅଭିନୟ ସହିତ ନିର୍ଦ୍ଦେଶନା ଦେଇଛନ୍ତି ଭାରତର ବିଶିଷ୍ଟ ସିନେ ଓ ନାଟ୍ୟ ବ୍ୟକ୍ତିତ୍ୱ ଶ୍ରୀ ପାଲେକର ।
ଏହାର ରଚନା ସାଙ୍ଗକୁ ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ସନ୍ଧ୍ୟା ଗୋଖଲେ । ଅଭିନୟରେ ନରେଶ ସୁରି, ସିଦ୍ଦେଶ ଦୂରୀ, ଅଶ୍ୱିନୀ ପାରାଞ୍ଜାପେ ଏବଂ ଅନ୍ୟମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଲୋକାଲ ୱାୟାର
Leave a Reply