କେନ୍ଦ୍ରାପଡ଼ା, ଡିସେମ୍ବର ୧୬ (ଲୋକାଲ ୱାୟାର): କରୋନା ମହାମାରୀ ଯୋଗୁଁ ୯ ମାସରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ଜାନୁଆରୀ ୩ରୁ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବ ।
ମାନକ ସଚାଳନ ପ୍ରକ୍ରିୟା (ଏସଓପି) ଅନୁଯାୟୀ ମନ୍ଦିର ଭିତରେ ୧୦୦ରୁ ଅଧିକ ଲୋକ ରହିବେ ନାହିଁ । ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ ।
ପୂଜା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ବନ୍ଦ ରହିଥିବାରୁ ବହୁ ପୂଜକ, ଭୋଗ, ଦୀପ, ଫୁଲ ବିକ୍ରେତାମାନେ ଜୀବିକା ହରାଇଛନ୍ତି ।
ପୂର୍ବରୁ ମନ୍ଦିର ଖୋଲିବାକୁ ପୂଜକ ଓ ଭକ୍ତମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ।
ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବାକୁ ନିଷ୍ପତି ନେଇଥିବାରୁ ଆମେମାନେ ବେଶ ଖୁସି ବୋଲି ବଳଦେବଜୀଉ ମନ୍ଦିରର ପୂଜକ ବ୍ରହ୍ମାନନ୍ଦ ପତ୍ରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply