ଭୁବନେଶ୍ବର, ଜାନୁଆରୀ ୨୮ (ଲୋକାଲ ୱାୟାର): ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ବାରାଣସୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ମଙ୍ଗଳବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭିରାଓ ସୂଚନା ଦେଇଛନ୍ତି।
ଆଲିଏନ୍ସ ଏୟାର୍ ପକ୍ଷରୁ ପ୍ରତିଦିନ ୧୨ଟା ୧୫ରେ ବିମାନଟି ଭୁବନେଶ୍ବରରୁ ଉଡ଼ିବ ଏବଂ ୨ଟା ୫ରେ ବାରାଣସୀ ପହଞ୍ଚିବ।
ସେହିପରି ଅପରାହ୍ନ ୨ଟା ୩୦ରେ ବିମାନ ବାରାଣସୀ ଛାଡ଼ି ୪ଟା ୨୦ରେ ଭୁବନେଶ୍ବର ପହଞ୍ଚିବ।
ଏଥିପାଇଁ ବିମାନ ଭଡ଼ା ସର୍ବନିମ୍ନ ୩ ହଜାର ୪୭୦ ଟଙ୍କା ରଖାଯାଇଛି।
ଯାତ୍ରୀମାନେ www.airindia.inକୁ କ୍ଲିକ୍ କରି ସବିଶେଷ ବିବରଣୀ ପାଇପାରିବେ।
ଲୋକାଲ୍ ଓ୍ବାୟାର୍
Leave a Reply