• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଜାନୁଆରୀ ୫ରୁ ଚିଲିକାରେ ପକ୍ଷୀ ଗଣନା

ଜାନୁଆରୀ ୫ରୁ ଚିଲିକାରେ ପକ୍ଷୀ ଗଣନା

December 12, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୧(ଲୋକାଲ ୱାୟାର): ଜାନୁଆରୀ ୫ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

କରୋନା ଯୋଗୁଁ ଚଳିତ ବର୍ଷ ପକ୍ଷୀ ଗଣନାରେ ମାତ୍ର ୧୦୦ ଲୋକ ସାମିଲ ହେବେ । ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଯଥେଷ୍ଟ କମ ।

ଚଳିତ ବର୍ଷ ପରୋନା ଯୋଗୁଁ ପକ୍ଷୀଗଣନା କାମରେ ବେଶୀ ଲୋକ ସାମିଲ ହେବେନି ।

ଭାଗ ନେବାକୁ ଥିବା କର୍ମଚାରୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯାଉଛି ।

ନିୟମିତ ବ୍ୟବଧାନରେ ସେମାନେ କିପରି ସାନିଟାଇଜ୍ ହୋଇ ପକ୍ଷୀ ଗଣନା କାମରେ ସାମିଲ ହେବେ ସେଥିପ୍ରତି ବିଭାଗ ନଜର ରଖିବ ।

ଚଳିତ ବର୍ଷ ୨୦ଟି ୟୁନିଟରେ ହେବ ପକ୍ଷୀ ଗଣନା କାମ । ପ୍ରତି ୟୁନିଟରେ ୪ ଜଣ ଲେଖାଏଁ କର୍ମଚାରୀ ରହି ଏହି କାମ କରିବେ ।

ସେଥିମଧ୍ୟରୁ ଟାଙ୍ଗୀ ରେଞ୍ଜରେ ୮ଟି ୟୁନିଟ୍, ବାଲୁଗାଁ ରେଞ୍ଜରେ ୬ଟି ୟୁନିଟ୍, ରମ୍ଭାରେ ଗୋଟିଏ ଚିଲିକାରେ ଗୋଟିଏ ଓ ସାତପଡ଼ାରେ ୨ଟି ୟୁନିଟ୍ କରାଯିବ ।

ଜାନୁଆରୀ ୫ ତାରିଖ ସକାଳ ୬ରୁ ଦିନ ୧୧ ଟା ଯାଏଁ ଏହି କାମ ଚାଲିବ । ଏଥିପାଇଁ ଜାନୁଆରୀ ୪ ତାରିଖ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଅତିରିକ୍ତ ମୁଖ୍ୟ ବନ୍ୟ ସଂରକ୍ଷକ (ଏସିସିଏଫ୍) ଶରତ ମିଶ୍ର ସୂଚନା ଦେଇଛନ୍ତି ।

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୭ ହଜାର ପକ୍ଷୀ ଆସିଥିବା ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ୍ ସ୍ପଷ୍ଟ କରିଛି ।

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନଳବଣରେ ୧ ଲକ୍ଷ ୯୮ ହଜାର ପକ୍ଷୀ ଆସିଥିବା ବେଳେ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର, ନଇରୀ, କାଳୁପଡା ଆଦି ୭ଟି ଗାଁରେ ଆଖାପାଖି ୨ ଲକ୍ଷ ୮୯ ହଜାର ପକ୍ଷୀ ଆସିଛନ୍ତି । ମଙ୍ଗଳାଯୋଡ଼ିରେ ସର୍ବାଧିକ ପକ୍ଷୀ ଆସିଥିବା ବେଳେ ୯୩ ପ୍ରଜାତିର ପକ୍ଷୀ ଆସିଥିବା ବନ ବିଭାଗ ଅଧିକାରୀ କହିଛନ୍ତି ।

ସେଥିମଧ୍ୟରୁ ଗଡୱାଲ, ବ୍ରାହ୍ମିନ ସେଲଡକ, ସୋଭଲର ଭଳି ପ୍ରଜାତି ସର୍ବାଧିକ ଅଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଖୋର୍ଦ୍ଧା, ପୁରୀ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire