ଭୁବନେଶ୍ୱର, ଡିସେମ୍ବର ୨୩(ଲୋକାଲ ୱାୟାର): ରାଜ୍ୟରେ ଶୀତ ଲହରୀ ଆଉ ୨/୩ ଦିନ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଥିବା ବେଳେ ଆଜି ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ଦାରିଙ୍ଗିବାଡ଼ିରେ ତାପମାତ୍ରା ୫ ଡିଗ୍ରୀରୁ ତଳକୁ ହ୍ରାସ ପାଇଥିବା ବେଳେ ଅନୁଗୁଳରେ ୫.୬ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ସୁନ୍ଦରଗଡ଼ରେ ୭ ଡିଗ୍ରୀ, ଝାରସୁଗୁଡ଼ାରେ ୭.୮ ଡିଗ୍ରୀ, ଭବାନୀପାଟଣାରେ ୮ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, ବୌଦ୍ଧରେ ୯ ଡିଗ୍ରୀ, ବାରିପଦାରେ ୯ ଡିଗ୍ରୀ, ବଲାଙ୍ଗିରରେ ୯.୨ ଡିଗ୍ରୀ ଏବଂ ସୋନପୁରରେ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ୍ ଥିଲା । ତେବେ ଆସନ୍ତାକାଲି ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମୟୁରଭଞ୍ଜ, ଅନୁଗୁଳ, ନୂଆପଡ଼ା ଏବଂ ନବରଙ୍ଗପୁରରେ ଶ୍ରୀତଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।
ଲୋକାଲ ୱାୟାର
Leave a Reply