ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ କେନ୍ଦୁଝର ଜିଲ୍ଲାର କିଛି ଅସାଧୁ ଖଣି ବ୍ୟବସାୟୀ ଏଭଳି କାର୍ଯ୍ୟ କରୁଛନ୍ତି ଓ ଏହା ଆମ ପାଇଁ ଆହ୍ୱାନ ସାଜିଛି ।
ଭୁବନେଶ୍ୱର,ସେପ୍ଟେମ୍ବର ୨୨(ଲୋକାଲ ୱାୟାର): ରାଜ୍ୟର ଖଣିଜ ସମୃଦ୍ଧ ଅଞ୍ଚଳରେ ନକଲି ବିଲ ଓ ଚଞ୍ଚକତାପୂର୍ଣ୍ଣ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ଦାଖଲ କରି ବସ୍ତୁ ଓ ସେବା କର (ଜିଏସଟି) ଠକେଇ କେନ୍ଦ୍ରୀୟ ବସ୍ତୁ ଓ ସେବା କର (ସିଜିଏସଟି) ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକାଲ ୱାୟାର ଦ୍ୱାରା ଭୁବନେଶ୍ୱରରେ ରବିବାର ଆୟୋଜିତ “ଜିଏସଟି ଲାଗୁର ଦୁଇ ବର୍ଷ- ସୁବିଧା ଓ ଆହ୍ୱାନ” ଶୀର୍ଷକ ରାଉଣ୍ଡଟେବଲ ବୈଠକରେ ଯୋଗ ଦେଇ କେନ୍ଦ୍ରୀୟ ସିଜିଏସଟିର ଭୁବନେଶ୍ବର ଶାଖାର ଅତିରିକ୍ତ କମିଶନର ସନ୍ତୋଷ କୁମାର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି, ନକଲି ଇନଭଏସ ଓ ଚଞ୍ଚକତାପୂର୍ଣ୍ଣ ଆଇଟିସି ଦାବି ରାଜ୍ୟର ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକରେ ଦେଖିବାକୁ ମିଳୁଛି ।
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ କେନ୍ଦୁଝର ଜିଲ୍ଲାର କିଛି ଅସାଧୁ ଖଣି ବ୍ୟବସାୟୀ ଏଭଳି କାର୍ଯ୍ୟ କରୁଛନ୍ତି ଓ ଏହା ଆମ ପାଇଁ ଆହ୍ୱାନ ସାଜିଛି ।
ନକଲି ଇନଭଏସ ମାଧ୍ୟମରେ ଜିଏସଟି ଠକେଇ ଯୋଗୁ ରାଜ୍ୟରେ ସଫଳତାର ସହ ଜିଏସଟି ଲାଗୁ କରା ଯାଇପାରୁନାହିଁ ବୋଲି ମହାନ୍ତି କହିଛନ୍ତି ।
ଜିଏସଟି ଠକଙ୍କୁ ଧରିବା ପାଇଁ ଆମେ ବ୍ୟବସ୍ଥାକୁ ଉନ୍ନତ କରୁଛୁ । ଜିଏସଟି ଠକାମି ରୋକିବାକୁ ସିଜିଏସଟି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।
ସିଜିଏସଟିର ରାଜସ୍ୱ ଗୁଇନ୍ଦା ଶାଖା ଏପରି ଛଅଟି ମାମଲାର ପର୍ଦ୍ଦାଫାଶ କରିଛନ୍ତି । ଅଭିଯୋଗ ହେବା ପରେ ରାଜ୍ୟ ପୁଲିସ ଏହି ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିଥିବା ସେ କହିଛନ୍ତି ।
ସିଜିଏସଟିରେ ତଥ୍ୟ ବିଶ୍ଳେଷଣ ଓ ରିସ୍କ ମ୍ୟାନେଜମେଣ୍ଟ ସେଲ୍ ରହିଛି ।
ଏହି ବିଭାଗ ଚଢ଼ାଉ ଜୋରଦାର କରିବେ ଓ ଅପରାଧୀଙ୍କୁ ଧରିବା ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।
ଜିଏସଟି ଲାଗୁ ଏକ ଦୃଢ଼ ପଦକ୍ଷେପ ଥିଲା । ଦୁଇ ବର୍ଷ ମଧ୍ୟରେ ଏହା ଅବ୍ୟବସ୍ଥିତ ବାଣିଜ୍ୟିକ କ୍ଷେତ୍ରକୁ କିଛି ମାତ୍ରାରେ ବ୍ୟବସ୍ଥିତ କରିବାରେ ସଫଳ ହୋଇଛି ।
ପ୍ରାରମ୍ଭିକ ଭାବେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ଓଡ଼ିଶା ଭଳି ରାଜ୍ୟରେ ଜିଏସଟି ଲାଗୁ ହୋଇପାରିଛି ।
ଜିଏସଟି ଏକ କ୍ରମିକ ବିକାଶ ପ୍ରକ୍ରିୟା । ଏହା ସରକାରୀ ସଂସ୍ଥା ଓ ଲୋକଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତାର ଶୃଙ୍ଖଳ ସୃଷ୍ଟି କରିଥାଏ ।
ଆସନ୍ତା ୫ରୁ ୬ ବର୍ଷ ମଧ୍ୟରେ ଏହା ବିଶ୍ୱସନୀୟ ଓ ସରଳ ପ୍ରକ୍ରିୟା ରୂପେ ଉଭା ହେବ । ଲୋକେ ଜିଏସଟି ରିଟର୍ଣ୍ଣ ପଇଠ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହେବା ଦରକାର । କାରଣ, ସବୁ ଲୋକଙ୍କ ଉପରେ ନଜର ରଖିବା ଭଳି ବ୍ୟବସ୍ଥା ସରକାରଙ୍କ ପାଖରେ ନାହିଁ ବୋଲି ଏହି ଅବସରରେ ମହାନ୍ତି କହିଛନ୍ତି ।ଜିଏସଟି ପଞ୍ଜିକରଣ ବ୍ୟବସାୟୀଙ୍କ ପାଇଁ ବେଶ ଉପାଦେୟ ।
ଜିଏସଟି ନିୟମ ଅନୁସରଣ କରି ବ୍ୟବସାୟୀମାନେ ସ୍ୱଚ୍ଛତାର ସହ ବ୍ୟବସାୟ ପରିଚାଳନା କରିପାରିବେ, ବ୍ୟବସାୟ ବୃଦ୍ଧି କରିପାରିବା ସହ ଜାତୀୟ ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବେ ବୋଲି ଓଡ଼ିଶା ଜିଏସଟିର ସ୍ୱତନ୍ତ୍ର କମିଶନର ଆନନ୍ଦ ଶତପଥି ଏହି ରାଉଣ୍ଡଟେବଲ ବୈଠକରେ କହିଛନ୍ତି ।ଓଡ଼ିଶା ଉତ୍ପାଦନ ନୁହେଁ ଉପଭୋକ୍ତା ରାଜ୍ୟ । କେନ୍ଦ୍ରୀୟ ଜିଏସଟି ତୁଳନାରେ ଓଡ଼ିଶା ଜିଏସଟିରୁ ରାଜ୍ୟ ସରକାର ଅଧିକ ରାଜସ୍ୱ ପାଉଛନ୍ତି ।
ତେଣୁ ଉପଭୋକ୍ତା ରାଜ୍ୟ ଜିଏସଟିରୁ ଅଧିକ ସୁବିଧା ପାଇବା ନେଇ କେନ୍ଦ୍ରର ଦାବି ଓଡ଼ିଶା କ୍ଷେତ୍ରରେ ମିଥ୍ ପାଲଟିଛି ବୋଲି ଶତପଥି କହିଛନ୍ତି ।
ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ପ୍ରକାରର ସେବା କର ଓ ମୂଲ୍ୟବର୍ଦ୍ଧିତ କର ପ୍ରଚଳିତ ଥିଲା । ସାରା ଦେଶରେ ଏକାଭଳି କର ଲାଗୁ କରି ରାଜସ୍ୱ ବୃଦ୍ଧିର ଉଦ୍ୟମ ଭାବେ ଜିଏସଟି ଲାଗୁ କରାଯାଇଛି । ଆପତ୍ତି ଅଭିଯୋଗ ଗ୍ରହଣ କରି ସମୟ ସମୟରେ ଆବଶ୍ୟକ ପରିବର୍ତ୍ତନ ହେବା ଦ୍ୱାରା ଜିଏସଟି ଅନୁପାଳନ କରୁଥିବା ସଂସ୍ଥାମାନେ ପ୍ରଭୂତ ସୁବିଧା ପାଉଛନ୍ତି ବୋଲି ଶତପଥି କହିଛନ୍ତି ।
ଅଧିକ ସଂଖ୍ୟକ ବ୍ୟବସାୟୀ ଜିଏସଟି ଅନୁପାଳନ କରିବା ପାଇଁ ଆଗେଇ ଆସିବା ଉଚିତ । ଯଦି ଛୋଟ ବ୍ୟବସାୟୀମାନେ ଜିଏସଟି ଅନୁପାଳନ କରିବେ ତେବେ ଜାତୀୟ ଅର୍ଥନୀତିରେ ପ୍ରଭୂତ ପରିବର୍ତ୍ତନ ହେବ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୀତାରାମ ବେରିଆ ଏହି ବୈଠକରେ ଭାଗ ନେଇ କହିଛନ୍ତି ।ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ଜିଏସଟି ଲାଗୁ କରାଯାଇଥିଲା ।
ଦୁଇ ବର୍ଷ ମଧ୍ୟରେ ଏଥିରେ ଅନେକ ସଂଶୋଧନ କରାଯାଇ ଏହାକୁ ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥା ଅନୁକୂଳ କରାଯାଇଛି ବୋଲି ସେ କହିଛନ୍ତି ।ଜିଏସଟି ଲାଗୁ କରିବା ଖୁବ କଠିନ କାମ ଥିଲା ।
ପ୍ରାରମ୍ଭିକ ଅସୁବିଧା ସତ୍ତେ୍ୱ ଏବେ ଏହା ଉପଯୁକ୍ତ ଦିଗରେ ଆଗେଇ ଚାଲିଛି ବୋଲି ଏହି ଅବସରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସିଦ୍ଧାର୍ଥ ରଞ୍ଜନ କହିଛନ୍ତି ।
ଯୋଗାଣ ଶୃଙ୍ଖଳରେ ଜିଏସଟି ସମାନ ହେବା ଉଚିତ ବୋଲି ଶିଳ୍ପପତି ଅଶ୍ୱିନୀ ରଥ ବୈଠକରେ ମତ ଦେଇଥିଲେ ।ବିଭିନ୍ନ ସମୟରେ ଜିଏସଟି ପ୍ରକ୍ରିୟାରେ ସଂଶୋଧନ କରାଯାଇ ଛୋଟରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପାଇଁ ସିଷ୍ଟମ ଫ୍ରେଣ୍ଡଲି କରାଯାଇଛି ।
ଜିଏସଟି ଏକ ଉପଭୋକ୍ତା ଆଧାରିତ କର । ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ । ଯଦି ଉପଭୋକ୍ତା ନବଢିବେ ତେବେ ରାଜସ୍ୱ ବଢ଼ିପାରିବ ନାହିଁ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତରୁଣ ଅଗରୱାଲ ଏହି ଅବସରରେ କହିଛନ୍ତି ।
ସମୟ ସମୟରେ ହୋଇଥିବା ପରିବର୍ତ୍ତନ ସତ୍ୱେ ଜିଏସଟି ଲାଗୁରେ ଅନେକ ତ୍ରୁଟି ରହିଛି । ଏହାକୁ ସୁଧାରିବା ଦରକାର । ସାଧୁତା ଓ ସ୍ୱଚ୍ଛତାର ସହ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଜିଏସଟି ଲାଗୁ ଯୋଗୁ ଖୁସି ଅଛନ୍ତି ବୋଲି ଶିଳ୍ପପତି ପ୍ରବୋଧ ମିଶ୍ର କହିଛନ୍ତି।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.