୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାର ଚଳିତ ବର୍ଷ ଦିଆଯାଇ ନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି କାର୍ଯ୍ୟପାଇଁ ଦାୟୀ ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ପ୍ରେସ୍ ବିଜ୍ଞପ୍ତିରେ କହିଛି ।
ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ପ୍ରତି ବର୍ଷ ତୋଷାଳି ମେଳାରେ ଜୀବନବ୍ୟାପୀ ସାଧନା ପାଇଁ ଶିଳ୍ପୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାର ଚଳିତ ବର୍ଷ ଦିଆଯାଇ ନାହିଁ ।
ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି କାର୍ଯ୍ୟପାଇଁ ଦାୟୀ ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ପ୍ରେସ୍ ବିଜ୍ଞପ୍ତିରେ କହିଛି ।
ସୂଚନାଥାଉକି, ଗତ ଡିସେମ୍ବର ମାସରେ ହୋଇଥିବା ଚୟନ ପ୍ରକ୍ରିୟାରେ ବିଚାରକ ମଣ୍ଡଳି ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ରାଜ୍ୟର ଜଣେ ବିଶିଷ୍ଟ ଶିଳ୍ପୀଙ୍କୁ ମନୋନୀତ କରିଥିଲେ ।
ବିଚାରକ ମଣ୍ଡଳୀର ମନୋନୟନକୁ ସମ୍ମାନ ନଦେବା ଓ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାନଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ କ୍ଷୋଭର ସହ କହିଛି ।
ଯଥାଶୀଘ୍ର ଏହି ପୁରସ୍କାର ପ୍ରଦାନ ନେଇ ବିଚାର ହେଉ ଏବଂ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବଦଳି କରିବାକୁ ସଂଘ ଦାବି କରିଛି ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.