ଭୁବନେଶ୍ୱର, ଅଗଷ୍ଟ ୯(ଲୋକାଲ ୱାୟାର): ‘ଜୀବନବିନ୍ଦୁ’ ଓ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ମିଳିତ ଭାବେ ରବିବାର ଠାରୁ ଆରମ୍ଭ ହୋଇଛି ରକ୍ତ ସଂଗ୍ରହ ଅଭିଯାନ ଏବଂ ଏହି ଅଭିଯାନରେ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ ହେବ ବୋଲି ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି ।
ରବିବାର ଏହି ଅଭିଯାନର ଶୁଭାରମ୍ଭ ସ୍ୱରୂ୍ପ ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିରକୁ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଉଦଘାଟନ କରିଥିଲେ ।
ପ୍ରଥମ ଦିନରେ ୧୪୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସାଂସଦ ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତ ଜିଲ୍ଲାରେ ଏହି ଶିବିର ଆରମ୍ଭ ହୋଇଛି ଏବଂ ଏହା ସପ୍ତାହେ ଧରି ଚାଲିବ ବୋଲି କୁହାଯାଇଛି ।
ଲୋକାଲ ୱାୟାର
Leave a Reply