ଭୁବନେଶ୍ୱର, ମାର୍ଚ୍ଚ ୩୧ (ଲୋକାଲ ୱାୟାର) : ଲକ୍ ଡ଼ାଉନ୍ ପାଇଁ ଗାଡ଼ି ପରମିଟ୍, ଲର୍ଣ୍ଣିଂ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର ।
ଏନେଇ ମଙ୍ଗଳବାର ଟ୍ୱିଟ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜଣାଇଛନ୍ତି ।
ଫେବୃଆରୀ ୧ ତାରିଖରୁ ସରୁଥିବା ଗାଡ଼ି ଡ଼କ୍ୟୁମେଣ୍ଟ ଗୁଡ଼ିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ବୈଧତା ପ୍ରାପ୍ତ ହେବ ।
ସୂଚନା ଅନୁସାରେ, ଏବେ ଲକ୍ ଡ଼ାଉନ୍ ଯୋଗୁଁ ଗାଡ଼ି ନବୀକରଣ ଲାଗି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
https://twitter.com/STAOdisha/status/1244831583447560192?s=09
ଯାହାକୁ ଦୃଷ୍ଟିରେ ରଖି ଗାଡ଼ି ସମ୍ବନ୍ଧୀୟ ସମସ୍ତ ପରମିଟ୍ ତଥା ଡକ୍ୟୁମେଣ୍ଟର ଅବଧିକୁ ବୃଦ୍ଧି କରାଯାଇଛି ।
ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ମଧ୍ୟ ଦେଇଛି ।
ଲୋକାଲ ୱାୟାର
Leave a Reply