ଭୁବନେଶ୍ୱର, ମେ ୮ (ଲୋକାଲ ୱାୟାର): ଜୁଲାଇ ୧ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶର ବାକି ଥିବା ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ସୁଦ୍ଧା ଶେଷ ହେବ ବୋଲି ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ।
ସିବିଏସଇର ଦଶମ ଶ୍ରେଣୀର ବାକି ଥିବା ପରୀକ୍ଷାଗୁଡ଼ିକ ବାତିଲ ହୋଇଥିବା ସେ କହିଛନ୍ତି ।
କିନ୍ତୁ ଉତ୍ତର ପୂର୍ବ ଦିଲ୍ଲୀରେ ସିବିଏସଇର ଦଶମ ପରୀକ୍ଷା ହେବ । ଓଡ଼ିଶା ସମେତ ଦେଶରେ ଅନ୍ୟାନ୍ୟ କୌଣସି ରାଜ୍ୟରେ ସିବିଏସଇ ଦଶମ ପରୀକ୍ଷା ହେବନି ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୪ରୁ କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ୍ ଡାଉନ ହେବାରୁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରହିଥିଲା ।
ଲୋକାଲ ୱାଂୟାର
Leave a Reply