ଭୁବନେଶ୍ୱର, ମେ ୭(ଲୋକାଲ ୱାୟାର): ଜେଇଇ (ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ) ଆଡଭାନ୍ସଡ ପରୀକ୍ଷା ଆସନ୍ତା ଅଗଷ୍ଟ ୨୩ ତାରିଖରେ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ଗୁରୁବାର କହିଛନ୍ତି ।
ପୂର୍ବରୁ ମେ’ ୧୭ରେ ଜେଇଇ ଆଡଭାନ୍ସଡ୍ ହେବ ବୋଲି ଘୋଷଣା ହୋଇଥିଲେ ମଧ୍ୟ କରୋନା ଯୋଗୁଁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି ।
ଜେଇଇ ଆଡଭାନ୍ସଡ୍ ପୂର୍ବରୁ ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮ରୁ ଆରମ୍ଭ ହୋଇ ୨୩ତାରିଖରେ ଶେଷ ହେବ ବୋଲି ଦୁଇ ଦିନ ତଳେ ଘୋଷଣା କରାଯାଇଛି ।
ଲୋକାଲ ୱାୟାର
Leave a Reply