ବ୍ରହ୍ମପୁର, ଅଗଷ୍ଟ ୩୦ (ଲୋକାଲ ୱାୟାର) : ଜେଇଇ (ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ) ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ବସ୍ର ବ୍ୟବସ୍ଥା କରିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟ୍ୱିଟ୍ କରି କହିଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତାକାଲି (ସୋମବାର) ୧୨ଟା ୩୦ ମିିନିଟ୍ରେ ବସ୍ ବ୍ରହ୍ମପୁର ଆଇଟିଆଇରୁ ଭୁବନେଶ୍ୱରକୁ ଛାଡିବ ।
ସୁବିଧା ନେବାକୁ ଚାହୁଁଥିବା ପରୀକ୍ଷାର୍ଥୀମାନେ ଆଜି ସନ୍ଧ୍ୟା ୮ଟା ଯାଏଁ ୦୯୪୩୮୨୯୩୯୦୯ ଫୋନ୍ ନମ୍ବରରେ ନୋଡାଲ ଅଧିକାରୀଙ୍କୁ କଲ୍ କରି ପାରିବେ ।
ଅନ୍ୟପଟେ, ଜେଇଇ ଏବଂ ନେଟ୍ ପରୀକ୍ଷା ପାଇଁ କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାର ପ୍ରଥମ ବ୍ୟାଚ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ପରୀକ୍ଷା କେନ୍ଦ୍ର ଅଭିମୁଖେ ବସ୍ରେ ରବିବାର ଚଢିଛନ୍ତି ।
ଲୋକାଲ ୱାୟାର
Leave a Reply