ଭୁବନେଶ୍ୱର, ଏପ୍ରିଲ ୨୬(ଲୋକାଲ ୱାୟାର): ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ ବିଜୟ ମିଶ୍ରଙ୍କର ୮୩ ବର୍ଷ ବୟସରେ ରବିବାର ରାଜଧାନୀ ଭୁବନେଶ୍ୱରର ଏକ ନର୍ସିଂହୋମରେ ପରଲୋକ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମିଶ୍ର ଆଧୁନିକ ଓଡ଼ିଆ ଡ୍ରାମା ଜଗତର ଅଗ୍ରଗଣ୍ୟ ରଥୀ ଥିଲେ ।
ତାଙ୍କର ଅନବଦ୍ୟ ସୃଷ୍ଟି ପାଇଁ ସେ ଦୁଇ ଥର ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କୋଣାର୍କ ସମ୍ମାନ ପାଇଛନ୍ତି ।
ଗତବର୍ଷ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଲୋକାଲ ୱାୟାର
Leave a Reply