ଯାଜପୁର, ଫେବ୍ରୁଆରୀ ୧ (ଲୋକାଲ ୱାୟାର): ଆଦିବାସୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ତଥାକଥିତ ପ୍ରେମିକ ରାକେଶ ସ୍ୱାଇଁକୁ ଅଧିକ ପଚରାଉଚୁରା ପାଇଁ ପୁଲିସ ତିନିଦିନିଆ ରିମାଣ୍ଡରେ ନେଇଛି ।
ପୁଲିସ ପକ୍ଷରୁ ପାଞ୍ଚ ଦିନ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ ହୋଇଥିଲା । ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଘଟଣା ସମ୍ପର୍କରେ ଅଧିକ ଜେରା କରାଯିବ ।
ମୃତ ଛାତ୍ରୀଙ୍କ ଭିସେରା ନମୂନା ସୋମବାର ରାଜ୍ୟ ଫୋରେନସିକ ଲାବରେଟୋରିକୁ ପଠାଯାଇଛି । ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇଛି ।
ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ମିଳିବା ପରେ ଝରାଫୁଲଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
ଅନ୍ୟତମ ଅଭିଯୁକ୍ତ ଶେଖରକୁ ଧରିବା ପାଇଁ ଚଢାଉ ଜାରି ରହିଛି ବୋଲି କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ କହିଛନ୍ତି ।
ଲୋକାଲ ୱାୟାର
Leave a Reply