ଭୁବନେଶ୍ୱର, ଡିସେମ୍ବର ୧୬(ଲୋକାଲ ୱାୟାର): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶାନ୍ତିଧାମ ଫାଉଣ୍ଡେସନ ଆନୁକୂଲ୍ୟରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ସ୍ତରର ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଝୁମ୍ ଇଣ୍ଡିଆ ୱେବିନାର୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ନୃତ୍ୟ, ସଙ୍ଗୀତ, ପେଣ୍ଟିଂ, ଅଭିନୟ, ଆଙ୍କରିଂ ଆଦି ବିଭାଗରେ ରାଜ୍ୟର ଶତାଧିକ ଭିନ୍ନକ୍ଷମ ପ୍ରତିଯୋଗୀ ସାମିଲ ହୋଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ଜାତୀୟ ସ୍ତରର ପତ୍ରିକା ସମର୍ଥ ଉନ୍ମୋଚିତ ହୋଇଥିଲା । ଫାଉଣ୍ଡେସନ୍ ପକ୍ଷରୁ ମେଡ୍ ଫର୍ ୟୁ ନାମର ଏକ ମୋବାଇଲ୍ ଆପ୍ ପ୍ରଚଳନ କରାଯାଇଛି ।
ଏହି ଆପ୍ ମାଧ୍ୟମରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ ନିଜର ପ୍ରତିଭା ଓ ହସ୍ତଶିଳ୍ପ ଉତ୍ପାଦକୁ ପଞ୍ଜିକୃତ କରିପାରୁଛନ୍ତି ।
ସେହିପରି ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଜବ୍ ଫର୍ ୟୁ ପୋର୍ଟାଲ୍ ମାଧ୍ୟମରେ ସମଗ୍ର ଦେଶର ନିଯୁକ୍ତି ଆଶାୟୀ ଭିନ୍ନକ୍ଷମ ଯୁବକ ଯୁବତୀମାନେ ନିଜର ବିବରଣୀ ଉପସ୍ଥାପନ କରି ନିଯୁକ୍ତି ସହାୟତା ପାଇପାରୁଛନ୍ତି ।
କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଫାଉଣ୍ଡେସନର ମୁଖ୍ୟ ପୃଷ୍ଠପୋଷକ ଟି ରାମଚନ୍ଦ୍ର ତେଜଭାଥ, କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟର ସଚିବ ଶକୁନ୍ତଳା ଗାମଲିନ ପ୍ରମୁଖ ଯୋଗଦେଇଥିଲେ ।
ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ସୌଭାଗ୍ୟ ରାଉତରାୟ ଦେଶର ୧୪ଟି ରାଜ୍ୟରେ ୨୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ହେଉଥିବା କାର୍ଯ୍ୟ ସମ୍ପର୍କରେ
ଦେଇଥିଲେ । ଫାଉଣ୍ଡେସନ ସଚିବ ଡ. ଅମ୍ବିକା ଦାସ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply