ଭୁବନେଶ୍ୱର, ଡିସେମ୍ବର ୧୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସର ମହାନତା ଦେଖିବାକୁ ମିଳିଛି ।
ଟ୍ରାଫିକ୍ କନଷ୍ଟେବଲ୍ ବି. ଏନ୍. ବେହେରା ଜଣେ ବରିଷ୍ଠ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ରାସ୍ତା ପାର୍ କରି ତାଙ୍କୁ ଅଟୋରେ ବସାଇ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି ।
ତାଙ୍କର ଏହି କାର୍ଯ୍ୟକୁ କମିଶନରେଟ୍ ପୁଲିସ୍ ଓ ସର୍ବସାଧାରଣ ପ୍ରଶଂସା କରିଛନ୍ତି । ବାଣୀବିହାର ଛକରେ ଏହିଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା ।
ଭୁବନେଶ୍ୱର ଡିସିପି ଓ ସିପି ଏହି କାର୍ଯ୍ୟକୁ ପ୍ରଶଂସା କରି ଅଧିକରୁ ଅଧିକ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଲାଗି ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply