ଭୁବନେଶ୍ୱର,ଡିସେମ୍ବର ୩(ଲୋକାଲ ୱାୟାର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କୁହାଯାଇଛି ।
ତାଙ୍କୁ ଭାରତୀୟ ପିଙ୍ଗଳ କୋଡର ଦଖା ୪୧୯, ୪୨୦, ୪୬୭,୪୬୮, ୪୬୯, ୪୭୧ ଏବଂ ୧୨୦ ବି ଏବଂ ଆଇଟି ଆକ୍ଟର ୬୬ସି/୬୬ଡିରେ ଗିରଫ କରାଯାଇଛି ।
ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ କେତେକ ବ୍ୟକ୍ତି ନିଜକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଧିକାରୀ ଭାବେ ପରିଚୟ ଦେଇ ଉଠାଇ ନେଇଥିବା ପତ୍ନୀ ସୁଜାତା ଗଣମାଧ୍ୟମରେ ଅଭିଯୋଗ କରିଥିଲେ ।
ଏହାର କିଛି ସମୟ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାନୁସାରେ, ସାଇବର କ୍ରାଇମର ଏକ ମାମଲା (୨୬/୨୦୨୦)ରେ ପ୍ରଦୀପଙ୍କୁ ଜେରା କରାଯିବା ପରେ ଗିରଫ କରାଯାଇଛି ।
ନିଲମ୍ବିତ ହୋଇ ଜେଲରେ ଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁତ୍ର ଆକାଶ ପାଠକଙ୍କ ସହ ପ୍ରଦୀପ ଟାଟା ମୋଟର୍ସରେ ନିଯୁକ୍ତି ଆଳରେ ଯୁବକମାନଙ୍କୁ ଠକିଥିବାର ଅଭିଯୋଗ ହୋଇଛି ।
ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ମ୍ୟାନେଜିଂ ଡିରେକ୍ଟର ଦର୍ଶାଉଥିଲା ଏବଂ ଯୁବକଙ୍କୁ ଚାକିରୀ କରାଇଦେବା ଲୋଭ ଦେଖାଇ ଟଙ୍କା ଆଦାୟରେ ପ୍ରଦୀପ ସଂପୃକ୍ତ ଥିଲେ ।
ଉଲ୍ଲେଖଯୋଗ୍ୟ, ଇତି ମଧ୍ୟରେ ବ୍ରହ୍ମପୁରରେ ମଧ୍ୟ ଅଭୟକାନ୍ତ ଓ ଆକାଶଙ୍କର ଥିବା ବିଭିନ୍ନ ଆକାଉଣ୍ଟରେ ହୋଇଥିବା ଦେଣନେଣ କାରବାରର ତଦନ୍ତ ଭିଜିଲାନ୍ସ ଏସଆଇଟି ପକ୍ଷରୁ କରାଯାଉଛି ।
ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମଧ୍ୟ ବିଭିନ୍ନ ଆକାଉଣ୍ଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି । ପ୍ରଦୀପଙ୍କ ଆକାଉଣ୍ଟରେ ବିଗତ କିଛି ଦିନ ମଧ୍ୟରେ ଜମା ହୋଇଥିବା ଅଢ଼େଇ କୋଟି ଟଙ୍କା ସମ୍ପର୍କରେ ମଧ୍ୟ ତାଙ୍କୁ ପଚରାଉଚୁରା କରାଯାଉଛି ।
ଅପରପକ୍ଷରେ, ପତ୍ନୀ ସୁଜାତା ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ପ୍ରଦୀପଙ୍କୁ ନକ୍ସଲ ଭଳି ଉଠାଇ ନିଆଯାଇଛି । ୪ଟି ଗାଡ଼ିରେ ଆସି ଲୋକମାନେ ତାଙ୍କୁ ନେଇଗଲେ ।
ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଶୁଣିନାହାନ୍ତି । ସ୍ୱାମୀଙ୍କ ଜୀବନ ଉପରେ ବିପଦ ଅଛି ।
ପ୍ରଦୀପଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ କେବଳ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସୁଜାତା ଅଭିଯୋଗ କରିଛନ୍ତି ।
ଲୋକାଲ ୱାୟାର
Leave a Reply