• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଡଙ୍ଗାରୁ ଖସି ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ

ଡଙ୍ଗାରୁ ଖସି ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ

October 8, 2020 By Ashis Senapati Leave a Comment

କେନ୍ଦ୍ରାପରା, ଅକ୍ଟୋବର ୮(ଲୋକାଲ ୱାୟାର): ବୁଧବାର ଏକ ଯନ୍ତ୍ରଚାଳିତ ମାଛଧରା ବୋଟରୁ ସମୁଦ୍ରରେ ଖସିପଡ଼ି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଘଟଣାଟି ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି ।

ମିଳିଥିବା ସୁଚନା ଅନୁସାରେ ସମୁଦ୍ର କୂଳିଆ ଗାଁ ପ୍ରଭାକରପୁରର ନିଶିକାନ୍ତ ବେହେରା (୩୨) ସମୁଦ୍ର ଭିତରକୁ ଯିବା ପାଇଁ ଏକ ଯନ୍ତ୍ରଚାଳିତ ମାଛଧରା ବୋଟରେ ବରଫ ଲୋଡ କରୁଥିବା ବେଳେ ସମୁଦ୍ର ଭିତରେ ନିଜ ଜେଟିରୁ ଖସି ପଡ଼ିଥିଲେ ।

ପରେ ତାଙ୍କର ଆଉ ପତ୍ତା ମିଳିନଥିଲା । ଏ ବାବଦରେ ଜମ୍ବୁ ସାମୁଦ୍ରିକ ପୁଲିସ ଥାନାର ଆଇଆଇସି ମହେଶ୍ୱର ସେଠୀ କହିଛନ୍ତି, ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ । ଏହି କାମରେ ଆମକୁ ମତ୍ସ୍ୟ ବିଭାଗ ବି ସବୁ ପ୍ରକାର ସହାୟତା ଯୋଗାଇ ଦେଉଛି ।

ଏନେଇ ଆମେ ଡଙ୍ଗା ମାଲିକଙ୍କ ବିରୋଧରେ ଧାରା ୩୦୪ରେ ଏକ ମାମଲା ରୁଜୁ କରିଛୁ । ଅବହେଳାରୁ ମୃତୁ୍ୟ ହୋଇଥିବା ଆଧାରରେ ଏଭଳି ମାମଲା ରୁଜୁ କରାଯାିଥାଏ ।

ମତ୍ସ୍ୟଜୀବୀମାନେ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସଂପୃକ୍ତ ମତ୍ସ୍ୟଜୀବୀ କୌଣସି ଲାଇଫ୍ ଜ୍ୟାକେଟ୍ ପିନ୍ଧିନଥିଲେ ।

ଏଥିପାଇଁ ଆମେ ମତ୍ସ୍ୟଜୀବୀ ଜାହାଜ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ କରିଛୁ । ଖୁବ୍ ଶୀଘ୍ର ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପୂର୍ବରୁ ବିଭାଗୀୟ ଅଧିକାରୀମାନେ ଏନେଇ ମତ୍ସ୍ୟଜୀବୀ ଓ ଡଙ୍ଗା ମାଲିକଙ୍କୁ ବାରମ୍ବାର ସଚେତନ କରିଛନ୍ତି ।

ଏପରିକି ଅଣ ଅନୁମୋଦିତ ଜାହାଜ ଚଳାଚଳ ଉପରେ ବି ପ୍ରତିବନ୍ଧକ ରହିଛି । ଲାଇଫ୍ ଜ୍ୟାକେଟ୍ ବିନା ମତ୍ସ୍ୟଜୀବୀ ଡଙ୍ଗା ଚଳାଚଳ କରି ପାରିବେ ନାହିଁ ବୋଲି ନିଷେଧାଦେଶ ସତ୍ତ୍ୱେ ଏହି ନିୟମର ଉଲ୍ଲଂଘନ କରାଯାଇଛି ।

ତେଣୁ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ବିଭାଗୀୟ ଥାନାଧିକାରୀ ଆହୁରି କହିଛନ୍ତି, ମତ୍ସ୍ୟଜୀବୀ, ଡଙ୍ଗା ଓ ଟ୍ରଲରମାନଙ୍କୁ ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକଙ୍କୁ ନ ନେବାକୁ ବି ବାରମ୍ବାର ତାଗିଦ୍ କରାଯାଇଛି ।

ତାଛଡା ବର୍ତ୍ତମାନ ପାଣିପାଗ ଭଳ ନଥିବାରୁ ଓ ଲଘୁଚାପ ସୃଷ୍ଟି ହୋଇଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି ।

ହେଲେ ଅଧିକାରୀଙ୍କ ଆଦେଶକୁ ଅଣଦେଖା କରି ଅନେକ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏ ବାବଦରେ ଓଡ଼ିଶା ମତ୍ସ୍ୟଜୀବୀ ଫୋରମ୍ ସଭାପତି ନାରାୟଣ ହଲଦାର କହିଛନ୍ତି ଦୁର୍ଘଟଣା ଓ ଜୀବନ ହାନି ଏଠାକାର ଏକ ନିତିଦିନିଆ ଘଟଣା ।

ଏଠାରେ ଅନେକ ମତ୍ସ୍ୟଜୀବୀ ଅଛନ୍ତି ଯେଉଁମାନେ କି ତାଲିମ୍ ନେଇ ନାହାନ୍ତି । ଯୁବ ମତ୍ସ୍ୟଜୀବୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire