• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଡବଲ ମର୍ଡରକୁ ନେଇ ରାଜନୀତି; ପ୍ରତାପଙ୍କୁ ଘେରିଲା ବିଜେପି, ମନ୍ତ୍ରୀ କହିଲେ ତଦନ୍ତ ହେଉ

ଡବଲ ମର୍ଡରକୁ ନେଇ ରାଜନୀତି; ପ୍ରତାପଙ୍କୁ ଘେରିଲା ବିଜେପି, ମନ୍ତ୍ରୀ କହିଲେ ତଦନ୍ତ ହେଉ

January 4, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): କଟକ ଜିଲ୍ଲା ମାହାଙ୍ଗାରେ ଦୁଇ ଦିନ ତଳେ ହୋଇଥିବା ଡବଲ ମର୍ଡର ଘଟଣାରେ ରାଜନୀତି ତେଜିବାରେ ଲାଗିଛି ।

ଏହି ଘଟଣାରେ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଘେରିଥିବା ବେଳେ ଘଟଣାର ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ନିଜେ ମନ୍ତ୍ରୀ ପ୍ରତାପ ଜେନା ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଜନୈକ ସହଯୋଗୀ ଦିବ୍ୟସିଂହ ବରାଳ ଏକ ବାଇକରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଉଭୟଙ୍କର ମୃତୁ୍ୟ ହୋଇଥିଲା । ଅଞ୍ଚଳରେ ହେଉଥିବା ଦୁର୍ନୀତିକୁ ବିରୋଧ କରିବାରୁ କୁଳମଣିଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକମାନେ ହତ୍ୟା କରିଥବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ।

ଗତକାଲି ଥାନାରେ ମନ୍ତ୍ରୀଙ୍କ ସସମେତ ମୋଟ ୧୩ ଜଣଙ୍କ ନାମରେ ଏତଲା ହେବା ପରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ।

ଅପରପକ୍ଷରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ଆଜି କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିକ୍ଷୋଭ କରାଯିବା ସହ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଏହି ଡବଲ ମର୍ଡର ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଲୁଚାଇବାକୁ ଏହି ହତ୍ୟାକାଣ୍ଡ ହୋଇଛି ।

ସେ କହିଛନ୍ତି, ବିଗତ ଦିନରେ ମାହାଙ୍ଗା ଡବଲ ମର୍ଡରକୁ ମିଶାଇ ରାଜ୍ୟରେ ମୋଟ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ହେଲାଣି ।

ସେଥିରୁ ୧୪ଟି କେବଳ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଛି । ତାଙ୍କ ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଗୋଟିଏ ରାଜନୈତିକ ହତ୍ୟାକାଣ୍ଡ ହୋଇଛି ।

ରାଜ୍ୟ ସରକାର ହତ୍ୟା ଘଟଣା ଗୁଡ଼ିକର ଚାର୍ଜସିଟ ଦେବାରେ ଏବଂ ଦୋଷୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଛି ।

ଆସନ୍ତା ୧୫ ଦିନରେ ସେ ପ୍ରତ୍ୟେକ ଥାନାକୁ ଯାଇ ରାଜନୈତିକ ହତ୍ୟାକାଣ୍ଡ ଗୁଡ଼ିକର ତଦନ୍ତ ସ୍ଥିତି କ’ଣ ରହିଛି ତାହା ତଦାରଖ କରିବେ ଏବଂ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଘଟଣାରେ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତିର ବିରୋଧ କରିବାରୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି । ଏବେ ଓଡ଼ିଶାରେ ଏତଲାରେ ମନ୍ତ୍ରୀମାନଙ୍କୁ ନାମ ଦେଖିବାକୁ ମିଳୁଛି । ଏହାର ଅର୍ଥ କ’ଣ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କଂଗ୍ରେସ ସରକାର ଅମଳରେ ଏଭଳି ହତ୍ୟାକାଣ୍ଡ ହେଉଥିଲା, ଏବେ ବିଜେଡି ଏଭଳି କରୁଛି ।

ବିଜେଡି ସମର୍ଥିକ ଗୁଣ୍ଡାମାନେ ମାହାଙ୍ଗାରେ ହତ୍ୟାକାଣ୍ଡ ଭିଆଇଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ସାଧାରଣ ସଭାରେ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜଗନ୍ନାଥଙ୍କ ରାଇଜରେ ଏଭଳି ଘଟଣା ଘୃଣ୍ୟ ।

ସେ ନିଜେ କୌଣସି ପ୍ରକାର ହିଂସାକୁ ନିନ୍ଦା କରି ଆସୁଛନ୍ତି । ଏହି ଘଟଣାରେ ତାଙ୍କ ନାମରେ ଏତଲା ହୋଇଛି ।

ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ । ଏହି ଘଟଣାରେ ଦୋଷୀମାନେ ଯେପରି ଆଇନ ଭିତରକୁ ଆସିବେ ସେ ବ୍ୟକ୍ତିଗତ ଭାବେ ମଧ୍ୟ ଉଦ୍ୟମ କରିବେ ।

ତେବେ ଓଡ଼ିଶାରେ ଏବେ କୌଣସି ଅପରାଧ ହେଲେ ଦୋଶୀ ଦଣ୍ଡ ପାଇବା ବୋଧହୁଏ ବିରୋଧ ଦଳ ଚାହୁଁନାହାନ୍ତି । ତେଣୁ ସେମାନେ ସବୁ ଘଟଣାରେ ରାଜନୀତି ଆରମ୍ଭ କରି ଦେଉଛନ୍ତି ।

ଇତି ମଧ୍ୟରେ ଏହି ଘଟଣା ପରେ ମନ୍ତ୍ରୀ ଶ୍ରୀ ଜେନା ଓ ଅନ୍ୟାନ୍ୟ ବିଜେଡି ନେତାମାନଙ୍କ ସହ ଅଭିଯୁକ୍ତମାନଙ୍କୁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire