କେନ୍ଦ୍ରାପଡ଼ା, ଜାନୁଆରୀ ୧୮ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ସହର ଉପକଣ୍ଠ ସ୍ଥିତ ଶ୍ୟାମଗୁଡ଼ିଆ ଗାଁରେ ହେଉଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ବିଭାଗୀୟ ସଚିବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରବିବାର ନିର୍ମାଣ ବିଭାଗର କମିଶନର ତଥା ସଚିବ କ୍ରିଷନ କୁମାର ଡାକ୍ତରଖାନା ନିର୍ମାଣ କାମ ସମୀକ୍ଷା କରିଥିଲେ ।
ଅଧାପନ୍ତରିଆ କାମ ଦେଖି ଅସନ୍ତୁଷ୍ଟ ସଚିବ ନିର୍ମାଣ କମ୍ପାନୀକୁ ମାସକ ଭିତରେ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ।
ସଚିବଙ୍କ ସହିତ ଜିଲ୍ଲାପାଳ ଅମୃତ ଋତୁରାଜ, ସିଡିଏମଓ ଅନୀତା ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଚାରି ଏକର ଜମିରେ ୧୧୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଯାଉଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭିତିପ୍ରସ୍ତର ସ୍ଥାପନ ୨୦୧୬ରୁ ହୋଇଥିଲା । ଦୁଇ ବର୍ଷ ମଧ୍ୟରେ କାମ ସରିବା କଥା ।
ଡାକ୍ତରଖାନା ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ।
କର୍ତୃପକ୍ଷଙ୍କ ବାରମ୍ବାର ଶୀଘ୍ର କାମ ସାରିବା ପାଇଁ ଅନୁରୋଧ କରିଥିଲେ ବି ଫଳ କିଛି ହେଉନାହିଁ ବୋଲି କହିଛନ୍ତି କେନ୍ଦ୍ରାପଡା ନାଗରିକ ଫୋରମର ଉପସଭାପତି ଅମରବର ବିଶ୍ୱାଳ ।
ନିର୍ମାଣ ସଂସ୍ଥା ଅଳ୍ପ ଶ୍ରମିକଙ୍କୁ ନେଇ କାମ କରୁଥିବାରୁ ପ୍ରକଳ୍ପ ସରିବାରେ ବିଳମ୍ବ ଘଟୁଛି ।
।ଫଳରେ ଆମେ କଟକ, ଭୁବନେଶ୍ୱର ଭଳି ଦୂର ସ୍ଥାନକୁ ଯାଇ ଚିକିତ୍ସିତ ହେଉଛୁ ବୋଲି କେନ୍ଦ୍ରାପଡା ମୁ୍ୟନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ବିଜୟକୃଷ୍ଣ ସାହୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply