କୋରାପୁଟ, ଅକ୍ଟୋବର ୯(ଲୋକାଲ ୱାୟାର): କୋରାପୁଟ ଜିଲ୍ଲାରେ ଏକ ଡିଜେଲ ଟ୍ୟାଙ୍କରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ପଞ୍ଜାବର ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ପୁଲିିସ ଶୁକ୍ରବାର କହିଛି ।
ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ପାଟ୍ରୋଲିଂ ବେଳେ ଗତକାଲି ରାତିରେ ପୁଲିସ ଏକ ଡିଜେଲ ଟ୍ୟାଙ୍କରକୁ ସନେ୍ଦହରେ ଅଟକାଇଥିଲା ।
ସେଥିରେ ତଲାସୀ କରାଯିବାରୁ ପ୍ରାାୟ ୬ଶହ କିଲୋ ଗଞ୍ଜେଇ ଜବତ ହୋଇଥିଲା ।
ଟ୍ରକରୁ ପଞ୍ଜାବର ଦୁଇ ଗଞ୍ଜେଇ ବେପାରୀ ସନ୍ଦିପ ସିଂ ଦେବ ଓ ରଣଦୀପ ସିଂଙ୍କୁ ଗିରଫ କରାଯାଇଛି ।
ସେମାନେ ଏହି ଗଞ୍ଜେଇ କୋଲକାତା ନେଉଥିଲେ । ଏହି ଗଞ୍ଜେଇ ଚାଲାଣରେ ଅନ୍ୟ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଚାଲିଥିବା ପୁଲିସ କହିଛି ।
ଲୋକାଲ ୱାୟାର
Leave a Reply