ଭୁବନେଶ୍ୱର, ଜୁଲାଇ ୬(ଲୋକାଲ ୱାୟାର): କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ଷଷ୍ଠ ସେମିଷ୍ଟର ପରୀକ୍ଷା ଆସନ୍ତା ଅଗଷ୍ଟ ୧ରୁ ୨୦ ତାରିଖ ମଧ୍ୟରେ ଅନଲାଇନରେ ହେବ ବୋଲି ପରିଷଦ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ପୁ୍ୟଟର ବା ଇଣ୍ଟରନେଟ୍ ସୁବିଧା ନଥିବେ ସେମାନେ ପାଖରେ ଥିବା ସରକାରୀ ଆଇଟିଆଇ କିମ୍ବା ପଲିଟେକନିକରେ ଅନଲାଇନ୍ ପରୀକ୍ଷା ଦେଇପାରିବେ ।
ଡିପ୍ଲୋମା ଷଷ୍ଠ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ମାର୍କ ହିସାବରେ ମଧ୍ୟ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ହେବ । ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନ୍ ପରୀକ୍ଷା ଦେବେ କିମ୍ବା ବିକଳ୍ପ ମୂଲ୍ୟାୟନରେ ମାର୍କ ଦିଆଯିବ ।
ଯାହାର ପ୍ରଥମରୁ ପଞ୍ଚମ ସେମିଷ୍ଟର୍ ମଧ୍ୟରେ ବ୍ୟାକ୍ ନଥିବ ସେମାନେ ଚାହିଁଲେ ବିକଳ୍ପ ମୂଲ୍ୟାୟନକୁ ବାଛିବେ । ବ୍ୟାକ୍ ଥିଲେ ଅନଲାଇନ୍ ପରୀକ୍ଷା ବାଧ୍ୟତାମୂଳକ ।
ଲୋକାଲ ୱାୟାର
Leave a Reply