ଭୁବନେଶ୍ୱର, ଅକ୍ଟୋବର ୨୮(ଲୋକାଲ ୱାୟାର): ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବର୍ରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୁଧବାର କହିଛନ୍ତି ।
ସେ କହିଛନ୍ତି, ନିୟମାନୁଯାୟୀ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଧାନସଭାର ଗୃହ କାର୍ଯ୍ୟ ମୋଟ ୬୦ ଦିନ ହେବା କଥା ।
ତେବେ ତୃତୀୟ ଏବଂ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ହୋଇଛି ।
ତେଣୁ ବଳକା ୪୦ ଦିନ ପାଇଁ ଅଧିବେଶନ ବସିବ । ଯାହାକି ଡିସେମ୍ବର ୩୧ ତାରିଖ ପୂର୍ବରୁ ହେବ ।
ତେଣୁ ଏଥିପାଇଁ ଅଧିବେଶନର କାର୍ଯ୍ୟସୂଚୀ ରାଜ୍ୟପାଳ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply