ଭୁବନେଶ୍ୱର, ଅଗଷ୍ଟ ୬ (ଲୋକାଲ ୱାୟାର) : କରୋନା ସଙ୍କଟ ସମୟରେ ଆରଟିଓ କାର୍ଯ୍ୟାଳୟରେ ଲୋକଙ୍କ ଭିଡ କମାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ ସମସ୍ତ ସେବା ଗୁଡିକୁ ଅନଲାଇନ୍ରେ ଯୋଗାଇ ଦେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସାରଥୀ ୱେବ୍ ପୋର୍ଟଲା (http://www.parivahan.gov.in) ରେ ଲୋକେ ଆବେଦନ କରି ସୁବିଧା ପାଇ ପାରିବେ ।
ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଡ୍ରାଇଭିଂ ଲାଇସେନ୍ସରେ ଠିକଣା ପରିବର୍ତ୍ତନ, ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଓ ଡ୍ରାଇଭିଂ ଲାଇସେନ୍ସର ନାମ ପରିବର୍ତ୍ତନ କରି ହେବ ।
ଡ୍ରାଇଭିଂ ଲାଇସେନ୍ସରେ ବାୟୋମେଟ୍ରିକ୍ ବରିବର୍ତ୍ତନ, ଡ୍ରାଇଭିଂ ଲାଇସେନ୍ସ ବଦଳାଇବା, ଡ୍ରାଇଭିଂ ଲାଇସେନ୍ସ ଏକ୍ସଟ୍ରାକ୍ ଓ ଏନ୍ଓସି ଆଦି କାମ ଏବେ ଅନଲାଇନ୍ରେ ହୋଇ ପାରିବ ।
ତେବେ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଟେଷ୍ଟକୁ ବାତିଲ କରାଯାଇଛି ।
ଲୋକାଲ ୱାୟାର
Leave a Reply