ଭୁବନେଶ୍ୱର, ଫେବ୍ରୁଆରୀ ୧୭ (ଲୋକାଲ ୱାୟାର) : ଏକ ନିରପେକ୍ଷ କମିଟି ଯାଞ୍ଚ କରି ଓମଫେଡରେ ପଲିଥିନ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ପାଇନଥିବା ବେଳେ ଏହି ତଥ୍ୟକୁ ଲୁଚାଇ ସମାନ ଅଭିଯୋଗ କରି ଥିବାରୁ ଲୋକାୟୁକ୍ତ ଆବେଦନକାରୀଙ୍କୁ ତାଗିଦ କରିବା ସହ ସମ୍ପୃକ୍ତ ମାମଲାକୁ ବନ୍ଦ କରିଦେଇଥିବା ଜଣେ ଓକିଲ କହିଛନ୍ତି।
୨୦୧୫ -୨୦୧୬ ମଧ୍ୟରେ ପଲିଥିନ କିଣାରେ ଅନିୟମିତତା ହୋଇଥିବା ଦର୍ଶାଇ ଓମଫେଡର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର କରିଥିଲେ।
ଆବେଦନକାରୀ ଦର୍ଶାଇଥିଲେ ଯେ ଡିସେମ୍ବର ୨୦୧୬ରେ ଓମଫେଡର ତତ୍କାଳୀନ ପରିଚାଳନା ନିର୍ଦେଶକ ମଧୁସୂଦନ ପାଢୀ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ ଏକ ପତ୍ର ଲେଖିଥିଲେ।
ତେବେ ଉକ୍ତ ପତ୍ର ଆଧାରରେ ଏକ ନିରପେକ୍ଷ କମିଟି ଏବଂ କତ୍ତୃପକ୍ଷ ତାର ତଦନ୍ତ କରିଥିବା ଓ ଶ୍ରୀ ସେଠୀ କୌଣସି ଅନିୟମିତତା କରି ନ ଥିବା ଏବଂ ଓମଫେଡର ସ୍ବାର୍ଥକୁ ଆଖି ଆଗରେ ରଖି ଠିକ ପଦକ୍ଷେପ ନେଇଥିବା ଦର୍ଶାଇ ଥିବା ବେଳେ ଏହି ତଥ୍ୟ ଲୋକାଯୁକ୍ତଙ୍କୁ ନ ଜଣାଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଦର୍ଶାଇଥିବାରୁ ଅଭିଯୋଗକାରୀଙ୍କ ଏତାଦୃଶ କାର୍ଯ୍ୟକୁ ଲୋକାୟୁକ୍ତ ନାପସନ୍ଦ କରିଛନ୍ତି।
ତଦନ୍ତ ରିପୋର୍ଟରେ ଅନିୟମିତତା ହୋଇନଥିବା ଭଲ ଭାବରେ ଦର୍ଶା ଯାଇଥିବା ବେଳେ ପାଢୀଙ୍କ ଦ୍ଵାରା ଚିଠିରେ ଲେଖାଯାଇଥିବା ଅଭିଯୋଗକୁ ମଧ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇ ଲୋକାଯୁକ୍ତ ମାମଲାକୁ ବନ୍ଦ କରିଥିବା ସେ କହିଛନ୍ତି।
ଲୋକାଲ ୱାୟାର
Leave a Reply