ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ତରଙ୍ଗ ଥିଏଟରର କଳାକାରମାନେ ଏକ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ।
ଯାହା ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ମାନସିକ ବିକାରଗ୍ରସ୍ତ ବା ରାସ୍ତା କଡ଼ରେ ଥିବା ଭିକାରୀମାନେ ଟ୍ରାଫିକ୍ ନିୟମ ମାନି ଚଳିବା ପାଇଁ ସଚେତନତା ସୃଷ୍ଟି କରିପାରୁଛନ୍ତି, କିନ୍ତୁ ଆମ ସମାଜର ଭଦ୍ର ଓ ଶିକ୍ଷିତ ଯୁବକମାନେ ଟ୍ରାଫିକ୍ ନିୟମ ମାନୁ ନାହାନ୍ତି ।
ଦୁର୍ଘଟଣା ପୀଡ଼ିତମାନଙ୍କୁ ଦେଖି ମୁହଁ ବୁଲାଇ ପଳାଉଥିବା ବେଳେ ପାଗଳଟିଏ ତା’ର ମାନବିକତା ଦେଖାଇ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସେ ଆଉ ଉଦାହରଣ ସୃଷ୍ଟି କରେ ।
୧ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଟ୍ରାଫିକ୍ ଟିଭି ଓଡ଼ିଶା ୟୁଟୁ୍ୟବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ।
ଏହି ସଚେତନତାମୂଳକ ଚଳଚ୍ଚିତ୍ରକୁ ଅନେକ ଦର୍ଶକ ପସନ୍ଦ କରିବା ସହ ନିଦେ୍ର୍ଦଶକ ଜ୍ଞାନ ରଞ୍ଜନ ସାଥୁଆଙ୍କୁ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
Leave a Reply