ବ୍ରହ୍ମପୁର, ଜାନୁଆରୀ ୩୧ (ଲୋକାଲ ୱାୟାର): ଅଚାନକ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍ ଶୁକ୍ରବାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଆଜି ଫାଇଭ-ଟି ସଚିବ ମନ୍ଦିରରେ ପହଞ୍ଚି ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ଅସୁବିଧା ପ୍ରସଙ୍ଗରେ ଆଲୋଚନା କରିଥିବାବେଳେ ଏଠାରେ ଥିବା ସମସ୍ୟା ସଂପର୍କରେ ତାଙ୍କୁ ମନ୍ଦିର ପୂଜକ ଅବଗତ କରିଥିଲେ।
ପରେ ସେ ତାରାତାରିଣୀ ପୀଠର ବିକାଶ ସଂପର୍କରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।
ଲୋକାଲ୍ ଓ୍ବାୟାର୍
Leave a Reply