ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): ତିନି ଦିବଂଗତ କିମ୍ବଦନ୍ତୀ ଓଡ଼ିଆ ତାରକାଙ୍କ ସ୍ମୃତିଚାରଣ କରିବ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ(ଆଇଏଫଏଫଆଇ) ।
ଫେଷ୍ଟିଭାଲରେ ସେମାନଙ୍କ ସିନେମାକୁ ସ୍କ୍ରିନିଂ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।
ଏହି ତାରକାଙ୍କ ମଧ୍ୟରେ ରହିଛନ୍ତି, ଭେଟେରାନ ଅଭିନେତା ଅଜିତ ନାରାୟଣ ଦାସ, ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ନିର୍ଦ୍ଦେଶକ ପଦ୍ମଶ୍ରୀ ମନମୋହନ ମହାପାତ୍ର ଏବଂ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତି ।
ଗତବର୍ଷ ଏହି ତିନିଜଣଙ୍କ ପରଲୋକ ହୋଇଛି ।
ଗୋଆ ଠାରେ ଆସନ୍ତା ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଫେଷ୍ଟିଭାଲରେ ସିନେମାଗୁଡ଼ିକ ପ୍ରଦର୍ଶିତ ହେବ ।
ଅଜିତ ଦାସଙ୍କ ଅଭିନୀତ ‘ତାରା’, ମନମୋହନ ମହାପାତ୍ରଙ୍କ ନିଦେ୍ର୍ଦଶିତ ଶେଷ ସିନେମା ‘ଭିଜା ମାଟିର ସ୍ୱର୍ଗ’ ଏବଂ ବିଜୟ ମହାନ୍ତିଙ୍କ ପ୍ରଥମ ସିନେମା ‘ଚିଲିକା ତୀରେ’ ପ୍ରଦର୍ଶିତ ହେବ ।
ଲୋକାଲ ୱାୟାର
Leave a Reply