ଭୁବନେଶ୍ୱର, ଏପ୍ରିଲ ୨୪(ଲୋକାଲ ୱାୟାର): ତିନୋଟି ଜିଲ୍ଲାରେ ଶୁକ୍ରବାର ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥର ଗ୍ରାମର ୩ ଜଣ ଯୁବକ ମଧ୍ୟାହ୍ନରେ ମାଛ ଧରିବାକୁ ଯାଇଥିବା ବେଳେ ଅଚାନକ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।
ବଜ୍ରପାତରେ ସେମାନେ ଅଚେନ ହୋଇ ପଡ଼ିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ସଦର ବ୍ଲକରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply