ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର): ଉଭୟ ଗୁଜରାଟ ଓ ଓଡ଼ିଶା ପ୍ରଶାସନର ସହମତି କ୍ରମେ ତିନି ଦିନରେ ଗୁଜରାଟର ସୁରଟରୁ ୧୧ଟି ବସରେ ୪ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ରାଜ୍ୟ ଅଭିମୁଖେ ଆସିଲେଣି ।
ସୋମବାର ୫ଟି ବସରେ ୨୫୦ରୁ ଅଧିକ ଶ୍ରମିକ ଆସିଥିବା ବେଳେ ମଙ୍ଗଳବାର ୪ଟି ଏବଂ ବୁଧବାର ରାତିରେ ୨ଟି ବସରେ ଶ୍ରମିକମାନେ ଯାତ୍ରା ଆରମ୍ଭ କରିଛନ୍ତି ।
ଶ୍ରମିକମାନେ ନିଜ ନିଜ ଖର୍ଚ୍ଚରେ ଆସୁଥିବା ବେଳେ ବସଗୁଡ଼ିକୁ ପୁଲିସ ଏସକର୍ଟ କରି ଆଣୁଥିବା ଖବର ମିଳିଛି ।
ଯାତ୍ରୀମାନେ ଯେପରି ବାଟରେ ବସରୁ ଓହ୍ଲାଇ କୁଆଡ଼େ ନ ଯିବେ ସେଥିପ୍ରତି କଡ଼ା ଦୃଷ୍ଟି ରଖାଯାଇଛି ।
ସୁରଟର ବିଭିନ୍ନ ସ୍ଥାନରୁ ଆସୁଥିବା ଏହି ଶ୍ରମିକମାନେ ଗଞ୍ଜାମ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ବାସିନ୍ଦା ବୋଲି କେତେକ ଶ୍ରମିକ ମୋବାଇଲ ଫୋନ୍ ଯୋଗେ ଜଣାଇଛନ୍ତି ।
ତେବେ ଶ୍ରମିକମାନେ ଯେଉଁ ଜିଲ୍ଲାର ହୋଇଥାନ୍ତୁ, ସେମାନଙ୍କ ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply