ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ରାଜ୍ୟର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ଅଭୟକାନ୍ତ ପାଠକ (୧୯୮୭ ବ୍ୟାଚ୍ ର ଆଇଏଫଏସ)ଙ୍କର ତିନିଟି ରାଜ୍ୟରେ ଥିବା ଅମାପ ସମ୍ପତ୍ତିକୁ ଠାବ କରିଛି ଭିଜିଲାନ୍ସ ଏବଂ ବୁଧବାର ଦିନ ସାରା ୧୨ଟି ଟିମ୍ ଚଢ଼ାଉରେ ସାମିଲ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଓଡ଼ିଶା, ମହାରାଷ୍ଟ୍ର ଓ ବିହାରରେ ଅଭୟକାନ୍ତଙ୍କର ବିପୁଳ ସମ୍ପତ୍ତି ରହିଛି । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଥିବା ଏକ ବିଳାସମୟ ଅଟ୍ଟଳିକାରେ ଚଢ଼ାଉ ବେଳେ ୫୦ ଲକ୍ଷ ଟଙ୍କା ମିଳିଛି ।
ଉକ୍ତ ଅଟ୍ଟଳିକାରେ ଥିବା ଆସବାବପତ୍ରରେ ବିଭିନ୍ନ ପଶୁଙ୍କ ଚମଡ଼ା ଓ ହାତୀଦାନ୍ତ ଲାଗିଥିବା ଦେଖିବାକୁ ମିଳିଛି ।
ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ ମହାରାଷ୍ଟ୍ରର ପୁନେରେ ଘର ଓ ଫାର୍ମ ହାଉସ୍ ଓ ବିହାର ପାଟନାରେ ଥିବା ପୈତୃକ ଘରେ ଚଢ଼ଉ ହୋଇଛି । ଏପରିକି ସେ ଘର ଓ ଫାର୍ମ ହାଉସ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଭଡ଼ାରେ ନେଇଥିଲେ ।
ସେ ସ୍ୱତନ୍ତ୍ର ବିମାନରେ ବହୁବାର ଭୁବନେଶ୍ୱରରୁ ବିଭିନ୍ନ ସହରକୁ ଯାଇଥିବାରୁ କେନ୍ଦ୍ର ସରକାରଙ୍କ ନଜରକୁ ଆସିଥିଲା ଏବଂ ଏହାପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଉଲ୍ଳେଖଯୋଗ୍ୟ, ରାଜ୍ୟରେ ବନୀକରଣ ଦାୟିତ୍ୱରେ ଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଭୟକାନ୍ତଙ୍କ ନାମରେ ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗ ଥିଲା ।
ଲୋକାଲ ୱାୟାର
Leave a Reply