ଭୁବନେଶ୍ୱର, ଜାନୁଆରୀ ୨୯(ଲୋକାଲ ୱାୟାର): ଜନରାଜ୍ୟ ଦିବସ ଅବସରରେ ନୂଆଦିଲ୍ଲୀରେ ସମ୍ମାନିତ ହୋଇଥିବା ଓଡ଼ିଶାର ତିନି ବାଳିକା ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଶ୍ରୀମତୀ ବଦ୍ରାଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବା ସହ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ଣ୍ଣିମା ଓ ସବିତା ଅନ୍ଧାର ଶୀତ ରାତିରେ ଡଙ୍ଗା ବୁଡ଼ିରୁ ଲୋକମାନଙ୍କୁ ଉଦ୍ଧାର କରି ସାହସ ଦେଖାଇଥିଲେ ।
ସେହିପରି ଅନୁଗୁଳ ଜିଲ୍ଲାର ଶ୍ରୀମତୀ ବଦ୍ରା ଟ୍ରେନ ଚକା ତଳୁ ବନ୍ଧୁକୁ ରକ୍ଷା କରିବା ସହ କାନ୍ଧରେ ବୋହି ଘରକୁ ନେଇ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଥିଲେ ।
ଲୋକାଲ ୱାୟାର
Leave a Reply