• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ତିର୍ତୋଲ ଉପନିର୍ବାଚନ: ସାଂଗଠନିକ ଦୃଷ୍ଟିରୁ ମଜବୁତ ସ୍ଥିତିରେ ବିଜେଡି

ତିର୍ତୋଲ ଉପନିର୍ବାଚନ: ସାଂଗଠନିକ ଦୃଷ୍ଟିରୁ ମଜବୁତ ସ୍ଥିତିରେ ବିଜେଡି

October 12, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୧୨ (ଲୋକାଲ ୱାୟାର): ତିର୍ତ୍ତୋଲ ବିଧାନସଭା ମଣ୍ଡଳୀରେ ତୃଣମୂଳ ସ୍ତରରୁ ସ୍ଥିତି ମଜବୁତ ପାଇଁ ବିଜେଡି ସାଙ୍ଗଠନିକ ସ୍ତରରେ ଅନେକ ପରିବର୍ତ୍ତନ କରିଥିବା ବେଳେ ବିଜେପି ଓ କଂଗ୍ରେସ ଦଳ ପଛରେ ପଡ଼ି ଯାଇଛନ୍ତି ।

ଦୃଢ଼ ସଂଗଠନ ଯୋଗୁଁ ବିଜେଡି ଭୋଟରଙ୍କ ନିକଟରେ ପହଞ୍ଚି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଉପନିର୍ବାଚନ ଜିତିବା ପାଇଁ ଉପଯୁକ୍ତ ଯୋଜନା କିମ୍ବା ରଣନୀତି ପ୍ରସ୍ତୁତ କରି ପାରିନାହାନ୍ତି ।

କଂଗ୍ରେସ ନେତା ତଥା ନବନିଯୁକ୍ତ ଓଡିଶା ପ୍ରଭାରୀ ଏ. ଚେଲ୍ଲାକୁମାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝି, ଗଣେଶ୍ୱର ବେହେରା, ଲଲାଟେନ୍ଦୁ ମହାପାତ୍ରଙ୍କ ସହ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସମୀକ୍ଷା କରିଛନ୍ତି ।

ଜଟଣୀ ବିଧାୟକ ସୁର ରାଉତରାୟ ତିର୍ତ୍ତୋଲ ବ୍ଲକର ଜଗନ୍ନାଥପୁରରେ କର୍ମୀ ସମ୍ମିଳନୀ ଆୟୋଜିତ କରିଥିଲେ ହେଁ ତାହା ବିଜେଡିର ମୁକାବିଲା ପାଇଁ ଯଥେଷ୍ଟ ନୁହେଁ । ଲୋକଙ୍କ ପାଖରେ କଂଗ୍ରେସର କୌଣସି ରାଜ୍ୟସ୍ତରୀୟ ନେତା ପହଞ୍ଚି ନାହାନ୍ତି ।

ସେହିପରି ବିଜେପି ମଧ୍ୟ ନିର୍ବାଚନରେ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରି ପାରିନାହିଁ ।

ରାଜ୍ୟସ୍ତରୀୟ ନେତାଙ୍କ ଦେଖାଦେଖି ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତାମାନେ ମଧ୍ୟ ଏଯାଏଁ ଜନସମ୍ପର୍କ ଅଭିଯାନ ଆରମ୍ଭ କରିନାହାନ୍ତି ।

ଟିକେଟ ମିଳିବା ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ପ୍ରଚାର ଅଭିଯାନ ଆରମ୍ଭ କରିନାହାନ୍ତି ।

ନବାଗତ ରାଜକିଶୋର ପୂର୍ବରୁ କଂଗ୍ରେସ ଦଳରେ ଥିବାରୁ ତାଙ୍କୁ ବିଜେପିର ତୃଣମୂଳ ସ୍ତରରେ କର୍ମୀମାନେ ଗ୍ରହଣ କରିବା ସେତେଟା ସହଜ ହେବ ନାହିଁ ।

ନିକଟରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ବିଜେପି ପାର୍ଟି ଅଫିସ ଉଦଘାଟନ ପାଇଁ ଯାଇଥିବା ବେଳେ ହୋଇଥିବା ତୁମୁଳ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହା ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ସେପଟେ କଂଗ୍ରେସ ଓ ବିଜେପି ତୁଳନାରେ ବିଜେଡିର ସାଂଗଠନିକ ସ୍ଥିତି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମଜବୁତ ରହିଛି ।

ତିନି ମନ୍ତ୍ରୀଙ୍କ ସମେତ ୩୪ ବରିଷ୍ଠ ନେତା ଦଳର ସ୍ଥିତି ଆହୁରି ସୁଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି ।

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଓ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ତିର୍ଡ଼ୋଲ, ବିରିଡି ଓ ରଘୁନାଥପୁର ବ୍ଲକରେ ଦଳର ସ୍ଥିତି ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ତିର୍ତୋଲ ବ୍ଲକର ଟିମ ଲିଡର, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିରିଡି ବ୍ଲକର ଟିମ ଲିଡର ଓ ରାଜ୍ୟ ଯୋଜନା ବୋର୍ଜ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଘୁନାଥପୁର ବ୍ଲକର ଟିମ ଲିଡର ଭାବେ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି ।

ଏହି ନେତାମାନେ ବିଭିନ୍ନ ଗାଁ ଗସ୍ତ କରି କର୍ମୀ ଓ ଭୋଟରଙ୍କ ସହ ଆଲୋଚନା କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ପ୍ରସ୍ତୁତ, ଦଳୀୟ ମତଭେଦ ଦୂର ଆଦିରେ ଲାଗି ପଡ଼ିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire