ଭୁବନେଶ୍ୱର, ନଭେମ୍ବର ୧୦(ଲୋକାଲ ୱାୟାର): ତିର୍ତ୍ତୋଲ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ପୁଣି ଥରେ ବିଜେଡି ବାଜିମାତ ମାରିଛି ଏବଂ ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟ ଟୀକା ପିନ୍ଧିଛନ୍ତି ।

ବିଜୟ ଶଙ୍କର ୪୧ ହଜାର ୪୯୩ ଭୋଟରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିଛନ୍ତି । ବିଜୟ ଶଙ୍କର ୮୮ ହଜାର ଭୋଟ ପାଇଥିବା ବେଳେ ରାଜକିଶୋର ପାଇଛନ୍ତି ୪୬ ହଜାର ୫୦୭ଖଣ୍ଡ ଭୋଟ ।

ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ତାଙ୍କୁ ମିଳିଛିି ୨୮ ହଜାର ୭୫୦ ଖଣ୍ଡ ଭୋଟ । ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇଙ୍କୁ ୧୧୦୯ ଟି ଭୋଟ ମିଳିଛି ।

ଅନ୍ୟ ୫ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ପରିମାଣ ୫ ଶହରୁ କମ୍ ରହିଛି । ଏହି ଆସନରେ ନୋଟାରେ ପଡ଼ିଛି ୭୮୩ ଭୋଟ ।

ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ନେତା ବିଷ୍ଣୁ କୁମାର ଦାସ ବିଜୟୀ ହୋଇଥିଲେ ।

ତାଙ୍କ ମୃତ୍ୟୁ ଯୋଗୁ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଉପନିର୍ବାଚନରେ ବିଜେଡି ଏଠାରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିଥିଲା ।

ଲୋକାଲ ୱାୟାର