• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ତିର୍ତ୍ତୋଲରେ ବିଜେପି କାର୍ଯ୍ୟାଳୟ; ପଦାରେ ପଡ଼ିଲା ଗୋଷ୍ଠୀ କନ୍ଦଳ

ତିର୍ତ୍ତୋଲରେ ବିଜେପି କାର୍ଯ୍ୟାଳୟ; ପଦାରେ ପଡ଼ିଲା ଗୋଷ୍ଠୀ କନ୍ଦଳ

October 7, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୭(ଲୋକାଲ ୱାୟାର) ତିର୍ତ୍ତୋଲରେ ବିଜେପି କାର୍ଯ୍ୟାଳୟର ଉଦଘାଟନୀ ଅବସରରେ ଏହାର ଦୁଇ ଗୋଷ୍ଠୀ ମଧ୍ୟରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି ।

ବିଜେପିର ପୂର୍ବତନ ବିଧାୟକ ରମାକାନ୍ତ ଭୋଇଙ୍କୁ ଅଣଦେଖା କରିବା ଅଭିଯୋଗରେ ଏହି ଗୋଷ୍ଠୀ କନ୍ଦଳ ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ତିର୍ତ୍ତୋଲଠାରେ ବିଜେପି ଏହାର ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛି ।

ଏଥିପାଇଁ ରାଜ୍ୟସ୍ତରୀୟ ନେତାମାନେ ସାରଳା ମଣ୍ଡଳ ଓ ରୂପକ ଖୁଣ୍ଟିଆଙ୍କୁ ବୈଠକ ଆୟୋଜନ ପାଇଁ ଦାୟିତ୍ୱ ଦେଇଥିଲେ ।

ଅପରପକ୍ଷେ ତିର୍ତ୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନଙ୍କୁ ଅଣଦେଖା କରି ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ଦିଆଯାଇଥିବାରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦୁଇ ଗୋଷ୍ଠୀ ଭିତରେ ପାତର ଅନ୍ତର ଦେଖାଦେଇଥିଲା ।

ଦଳୀୟ କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ, ବିଜେପି ନେତା ଦିଲ୍ଲୀପ କୁମାର ମଲ୍ଲିକ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ବିଜେଡି ଛାଡିଥିବା ବିଭିନ୍ନ ପଞ୍ଚାୟତର ୮୦ରୁ ଅଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

ଦଳୀୟ କାର୍ଯ୍ୟାଳୟରେ ଉଦଘାଟନୀ ଉତ୍ସବ ଚାଲିଥିବା ବେଳେ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଳୋଗାନ୍ ଦେଇଥିଲେ ।

ସେମାନେ ପ୍ରଭାରୀ ବିରୋଧୀ ସ୍ଳୋଗାନ୍ ଦେବା ସହ ବିଜେପି ବଞ୍ଚାଅ ବୋଲି କହିଥିଲେ । ସଭାରେ ସେମାନେ ପ୍ରଭାରୀ ଓ ଅନ୍ୟ ଉପସ୍ଥିତ ଅତିଥିମାନଙ୍କୁ ଅପମାନିତ କରିଥିଲେ ।

ଅପରପକ୍ଷରେ ପ୍ରଭାରୀଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ବିଜେପିର ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କିଛି ସମୟ ପାଇଁ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ଓ ନୂଆ କର୍ମୀଙ୍କ ବିଜେପିରେ ଯୋଗଦାନରେ ବାଧା ସୃଷ୍ଟି ହୋଇଥିଲା ।

ଏ ବାବଦରେ ତିର୍ତ୍ତୋଲ ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ନାଥ କହିଛନ୍ତି ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ପାଇଁ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ଏହାକୁ ଭୋଇ ସମର୍ଥକମାନେ ବିରୋଧ କରିଥିଲେ ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଭୋଇଙ୍କୁ ବିଜେପି ଟିକେଟ ଦେବାକୁ ମନା କରିବାରୁ ସେ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ।

ଭୋଇ ତିର୍ତ୍ତୋଲରେ ବିଜେପିକୁ ସଙ୍ଗଠିତ କରିବା ପାଇଁ ପୂର୍ବରୁ ଅନେକ କାର୍ଯ୍ୟ କରିଛନ୍ତି । ୨୦୦୯ରେ ବିଜେପି ତିର୍ତ୍ତୋଲରୁ ୪୫୧୪ ଭୋଟ ପାଇଥିବା ବେଳେ ଏହା ମାତ୍ର ୩.୨୨ ପ୍ରତିଶତ ଥିଲା ।

ମାତ୍ର ୨୦୧୪ରେ ବିଜେପି ନେତା ଭୋଇ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଓ ଦଳ ସେ ସମୟରେ ୧୪ ହଜାର ୫୧୬ ଭୋଟ ପାଇଥିଲା । ଯାହାକି ସମୁଦାୟ ଭୋଟର ୯.୦୧ ପ୍ରତିଶତ ।

ଏହାପରେ ଭୋଇ ୨୦୧୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯେଉଁଥିରେ ସେ ୫୩ ହଜାର ୫୮୧ ଭୋଟ ପାଇଥିଲେ ।

ମାତ୍ର ଏବେ ଦଳ ତାଙ୍କୁ ଅବହେଳା ଓ ଅଣଦେଖା କରୁଛି । ଏଥିପାଇଁ ଭୋଇଙ୍କ ସମର୍ଥକମାନେ ବିଜେପିର ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି ।

ଏ ବାବଦରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି ଭୋଇଙ୍କୁ ଅଣଦେଖା କରିବାର ପ୍ରଶ୍ନ ଉଠୁନି ।

ବରଂ ଆସନ୍ତା ନିର୍ବାଚନ ପାଇଁ ଭୋଇଙ୍କ ସହ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ନାମ ଦଳୀୟ ଟିକେଟ୍ ପାଇଁ ଆମେ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ପଠାଇଛୁ ।

ଆଜିର ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି । ଘଟଣାର ଅନୁସନ୍ଧାନ କରି ଏହି ଦଳ ଏ ସମ୍ପର୍କିତ ରିପୋର୍ଟ ଖୁବ୍ ଶୀଘ୍ର ରାଜ୍ୟ ବିଜେପି ନେତାଙ୍କୁ ପ୍ରଦାନ କରିବ ।

ଆଜିର କାର୍ଯ୍ୟକ୍ରମରେ ପାଖାପାଖି ୮୦ ଜଣ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଖୁବ୍ ଶୀଘ୍ର ରଘୁନାଥପୁର ଓ ବିରିଡିରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆଜିର ଘଟଣା ବିଜେପି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି ।

ଏହି ଘଟଣାକୁ ବିରୋଧ କରି ଅନେକ ଓ ବିଜେପିର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଅନେକ ଦଳୀୟ କର୍ମୀ ଓ ନେତା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: ଓଡିଶା, ଜଗତସିଂହପୁର, ରାଜନୀତି

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire