• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପିରେ ଅସନ୍ତୋଷ, ପୂର୍ବ ପ୍ରାର୍ଥୀଙ୍କୁ ଟିକେଟ ଦାବି

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପିରେ ଅସନ୍ତୋଷ, ପୂର୍ବ ପ୍ରାର୍ଥୀଙ୍କୁ ଟିକେଟ ଦାବି

September 20, 2020 By Amarnath Parida Leave a Comment

ଜଗତସିଂହପୁର, ସେପ୍ଟେମ୍ବର ୨୦ (ଲୋକାଲ ୱାୟାର): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେପିରେ ପ୍ରାର୍ଥୀତ୍ୱକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।

ବିରିଡି ବ୍ଲକର ଉତ୍ତ୍ୟକ୍ତ ବିଜେପି ସମର୍ଥକମାନେ ଗତଥରର ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ଏଥର ପ୍ରାର୍ଥୀ କରାନଗଲେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ।

ପୂର୍ବତନ କଂଗ୍ରେସ ନେତା ରାଜକିଶୋର ବେହେରା ବିଜେପିରେ ମିଶିବା ପରେ ଉପନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବାରୁ ବିବାଦର ସୂତ୍ରପାତ ହୋଇଛି ।

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଂଗଠନିକ ସ୍ଥିତି ସେତେଟା ସୁଦୃଢ଼ ନୁହେଁ । ୨୦୦୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଲତାମଣି ଦାସ ୪,୫୧୪ (୩.୨୨ ପ୍ରତିଶତ) ଭୋଟ ପାଇଥିଲେ ।

୨୦୧୪ରେ ରମାକାନ୍ତ ଭୋଇ ପ୍ରଥମ ଥର ବିଜେପି ପ୍ରାର୍ଥୀ ହୋଇ ୧୪,୫୧୬ (୯.୦୧ ପ୍ରତିଶତ) ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୋଇ ୫୩,୫୮୧ (୩୦.୯୦ ପ୍ରତିଶତ) ଭୋଟ ପାଇଥିଲେ ।

ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଭୋଇଙ୍କ ପ୍ରତିଶ୍ରୁତିବଦ୍ଧତା, ଲୋକଙ୍କ ସୁଖଦୁଃଖରେ ସକ୍ରିୟ ଅଂଶଗ୍ରହଣ, ଦୃଢ ନେତୃତ୍ୱ, ଭୋଟରଙ୍କ ସହ ସମ୍ପର୍କ, ବନ୍ୟା ବେଳେ ରିଲିଫ ବଣ୍ଟନ, କରୋନା ବେଳେ ମାସ୍କ ଓ ସାନିଟାଇଜର ବଣ୍ଟନ ଯୋଗୁଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତି ମଜବୁତ ହୋଇଛି ।

୧୦ ବର୍ଷରେ ବିଜେପିର ଭୋଟ ହାର ୩ ପ୍ରତିଶତରୁ ୩୦ ପ୍ରତିଶତରେ ପହଞ୍ଚିବା ଦଳୀୟ କାର୍ଯ୍ୟକ୍ରମ ପ୍ରତି ଭୋଇଙ୍କ ନିଷ୍ଠାକୁ ଦର୍ଶାଉଛି ।

ପୂର୍ବତନ କଂଗ୍ରେସ ନେତା ରାଜକିଶୋର ବେହେରା ବିଜେପିରେ ଯୋଗ ଦେବା ପରେ ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଯୁବ ତଥା ନିଷ୍ଠାପର ବିଧାୟକ ପ୍ରାର୍ଥୀ ଭୋଇଙ୍କୁ ଅବହେଳା କରୁଥିବାରୁ କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭୋଇଙ୍କ ବଦଳରେ ବିଜେପି ବେହେରାଙ୍କୁ ଆଗାମୀ ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ପୂର୍ବରୁ ରାଜକିଶୋର ବେହେରା କଂଗ୍ରେସ ଟିକେଟରେ ଲଢି ୨୦୦୯ରେ ୪୮,୧୦୦ ଭୋଟ ଓ ୨୦୧୪ରେ ୫୩,୫୦୫ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।

ବିଜେପି ନେତୃବୃନ୍ଦ ଭୋଇଙ୍କୁ ଅବହେଳା କରୁଥିବାରୁ ଏଥର ତାଙ୍କୁ ବିଜେପି ଟିକେଟ ମିଳିବା ନେଇ ସନେ୍ଦହ ରହିଛି ।

ବିଜେପି ନେତା କ୍ଷୀରୋଦ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଉତ୍ୟକ୍ତ ବିଜେପି କର୍ମୀମାନେ ଏକାଠି ହୋଇ ଭୋଇଙ୍କ ପ୍ରତି ହେଉଥିବା ଅବହେଳାକୁ ବିରୋଧ କରିଥିଲେ ।

ତୃଣମୂଳ ସ୍ତରରେ ଦଳୀୟ ସ୍ଥିତି ମଜବୁତ କରିବାରେ ନିଜକୁ ଉତ୍ସର୍ଗ କରିଥିବା ନେତାଙ୍କୁ ବିଜେପି ଗୁରୁତ୍ୱ ଦେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ବିଜେପି ନେତା ପ୍ରିୟରଞ୍ଜନ ମଲ୍ଲିକ, ବିଶ୍ୱଭୂଷଣ ମଲ୍ଲିକ, ଲକ୍ଷ୍ମୀଧର ସାହୁ, ବିଭୂତି ଭୂଷଣ ଭୂୟାଁ ପ୍ରମୁଖ ଏହି ପ୍ରତିବାଦ ବୈଠକରେ ଭାଗ ନେଇଥିଲେ ।

ଆଗାମୀ ଉପନିର୍ବାଚନରେ ଭୋଇଙ୍କ ପ୍ରତି ଅବହେଳା ପ୍ରଦର୍ଶନ ନକରି ତାଙ୍କୁ ଟିକେଟ ଦେବାକୁ ବିଜେପି ନେତାମାନେ ମଣ୍ଡଳ ସଭାପତିଙ୍କ ମାଧ୍ୟମରେ ରାଜ୍ୟ ସଭାପତିଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି ।

ବେହେରା ବିଜେପିରେ ଯୋଗ ଦେବା ପରେ ଦଳୀୟ କନ୍ଦଳ ଆରମ୍ଭ ହୋଇଛି । ଏହା ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ଦୁର୍ବଳ କରିବ । ବିଜେଡି ଏହାର ଫାଇଦା ନେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire