• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ତିର୍ତ୍ତୋଲ ଉପନିର୍ବାଚନ: ବିଶ୍ୱାଳ ପରିବାର ପାଇଁ ସମ୍ମାନର ପ୍ରଶ୍ନ

ତିର୍ତ୍ତୋଲ ଉପନିର୍ବାଚନ: ବିଶ୍ୱାଳ ପରିବାର ପାଇଁ ସମ୍ମାନର ପ୍ରଶ୍ନ

October 16, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୧୬ (ଲୋକାଲ ୱାୟାର): ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଓ ତାଙ୍କର ଦୁଇ ପୁଅ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ତଥା କଂଗ୍ରେସ ରଞ୍ଜୀବ ବିଶ୍ୱାଳଙ୍କ ପୈତୃକ ଗାଁ ତୁଳଙ୍ଗ ପଞ୍ଚାୟତ ଦିନେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଗଡ ଭାବେ ପରିଚିତ ଥିଲା ।

ହେଲେ ବସନ୍ତ ବିଶ୍ୱାଳଙ୍କ ମୃତ୍ୟୁ ପରେ ବିଶ୍ୱାଳ ପରିବାରର ପ୍ରଭାବ ଏହି ପଞ୍ଚାୟତରୁ କମିବାରେ ଲାଗିଛି ।

ତେଣୁ ଏଥର ଉପନିର୍ବାଚନରେ ତୁଳଙ୍ଗ ପଞ୍ଚାୟତରୁ କଂଗ୍ରେସକୁ ସମ୍ମାନଜନକ ଭୋଟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବିଶ୍ୱାଳ ପରିବାରର ଟାଣୁଆ ସମର୍ଥକମାନେ ବିଜେପି ଓ ବିଜେଡିରେ ଯୋଗ ଦେଇ ସାରିଲେଣି ।

ବିଶ୍ୱାଳ ପରିବାରର ଘନିଷ୍ଠ ଭାବେ ଜଣାଶୁଣା ପୂର୍ବତନ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମଲ୍ଲିକ ସମର୍ଥକମାନଙ୍କ ସହ ଗତ ମାସରେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଶ୍ୱାଳ ସମର୍ଥକ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାସ ମଧ୍ୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । କହିବାକୁ ଗଲେ ତୁଳଙ୍ଗ ପଞ୍ଚାୟତ ଏବେ କଂଗ୍ରେସ ନେତା ଶୂନ୍ୟ ହୋଇଯାଇଛି ।

ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୨୦ ଭୋଟ ବ୍ୟବଧାନରେ ହରାଇଥିଲେ ମଧ୍ୟ ସମିତି ସଭ୍ୟ ନିର୍ବାଚନରେ ବିଜେଡି ବାଜି ମାରି ନେଇଥିଲା ।

ରାଜନୈତିକ ସମୀକରଣରୁ ଜଣାପଡୁଛି ଯେ, ପଞ୍ଚାୟତରେ କେବଳ କଂଗ୍ରେସ ଦୁର୍ବଳ ହୋଇନାହିଁ ବରଂ ବିଶ୍ୱାଳ ପରିବାରର ଦୁର୍ଗ ଭୁଶୁଡ଼ିଛି ।

ବିଶ୍ୱାଳ ପରିବାର ପାଇଁ ନିଜ ପଞ୍ଚାୟତରୁ ଅଧିକ ଭୋଟ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଂଗ୍ରେସ ବିଧାୟକ ସୁର ରାଉତରାୟ, କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଓ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସ୍ଥାନୀୟ ନେତାଙ୍କ ସହ ବୈଠକ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ବିଶ୍ୱାଳ ଭାଇମାନଙ୍କ ପଞ୍ଚାୟତରେ ପତିଆରା ହ୍ରାସ ଖବର ତିର୍ତୋଲ ନିର୍ବାଚନୀ ମଣ୍ଡଳୀର କଂଗ୍ରେସ କର୍ମୀଙ୍କ ମନୋବଳ ଦୁର୍ବଳ କରିଛି ।

ତୁଳଙ୍ଗ ପଞ୍ଚାୟତରେ ଦଳର ସ୍ଥିତି ଏପରି ଥିବା ବେଳେ କଂଗ୍ରେସ ଦଳର ସଂଗଠନ ନଥିବା ପଞ୍ଚାୟତରୁ କିପରି ଭୋଟ ମିଳିବ ସେ ନେଇ ଦଳରେ ଚିନ୍ତା ବଢି ଯାଇଛି ।

ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରି ବୁଥ ସ୍ତରରୁ ପ୍ରଚାର ଅଭିଯାନ ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି ।

ତିର୍ତ୍ତୋଲ ବ୍ଲକରେ ଥିବା ତରଜଙ୍ଗ ପଞ୍ଚାୟତରେ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ ଓ ଅନ୍ୟମାନଙ୍କ ଉପସ୍ଥିତିରେ ରଞ୍ଜୀବ ପାର୍ଟି ଅଫିସ ଉଦଘାଟନ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire