ବଲାଙ୍ଗିର, ଡିସେମ୍ବର ୧୨ (ଲୋକାଲ୍ ଓ୍ବାୟାର୍): ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବା ବେଳେ ତୁରେକେଲା ଷ୍ଟେସନରୁ ୩୪ ଜଣ ଦାଦନଙ୍କୁ ଗୁରୁବାର ରେଳବାଇ ପୁଲିସ ଉଦ୍ଧାର କରିଛି।
ଏକ ଘରୋଇ ନିର୍ମାଣ କମ୍ପାନୀରେ କାମ କରିବାକୁ ଏମାନଙ୍କୁ ନିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ କିଛି ନାବାଳକ ଓ ମହିଳା ମଧ୍ୟ ଅଛନ୍ତି।
କାମଧନ୍ଦା ଅଭାବରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକେ ନିଜ ଗାଁ ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।
ଅନେକ ସମୟରେ ସେମାନେ ନିର୍ଯାତିତ ହୋଇ ଫେରୁଥିବାବେଳେ କେତେକ ଦାଦନ ବାହାର ମାଟିରେ ଜୀବନ ହାରିବାର ନଜିର୍ ବି ରହିଛି।
ଏହାକୁ ରୋକିବା ଲାଗି ସରକାରୀ ସ୍ତରରେ ସଚେତନତା ସାଙ୍ଗକୁ ବିଭିନ୍ନ ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ନିୟନ୍ତ୍ରିତ ହୋଇପାରୁନାହିଁ।
ସର୍ଭେ ଅନୁସାରେ, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ୩୦ଟି ପଞ୍ଚାୟତର ସର୍ବାଧିକ ଲୋକ ପ୍ରତିବର୍ଷ ଦାଦନ ଖଟିବାକୁ ଯାଉଛନ୍ତି।
ଲୋକାଲ୍ ଓ୍ବାୟାର୍
Leave a Reply