ବ୍ରହ୍ମପୁର, ନଭେମ୍ବର ୨୫(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିଅନର ୪୧ ବର୍ଷର ଯବାନ କେ. ଯୁଧିଷ୍ଠିର ରାଓ କରୋନାରୁ ସୁସ୍ଥ ହେବା ପରେ ତୃତୀୟ ଥର ପାଇଁ ଆଜି ପ୍ଲାଜମା ଦାନ କରିଛନ୍ତି ।
କରୋନାରୁ ସୁସ୍ଥ ହେବା ପରେ ସେ ଗତ ସେପ୍ଟେମ୍ବର ୪ ତାରିଖରେ ପ୍ରଥମ ଥର ଏବଂ ଅକ୍ଟୋବର ୧୪ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ଲାଜମା ଦାନ କରିଥିଲେ ।
ଗେଡ୍ରାପଲ୍ଲୀର ବାସିନ୍ଦା ଶ୍ରୀ ରାଓ ଜୁଲାଇ ୩୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଯେ ପର୍ଯ୍ୟନ୍ତ ତାଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉଥିବ ସେ ପ୍ଲାଜାମ ଦାନ କରିବେ ବୋଲି କହିଛନ୍ତି ।
ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାରସିଂ ଗ୍ରାମର ଏନ. ଡମ୍ବରୁ ରେଡି ତିନିଥର ପ୍ଲାଜମା ଦାନ କରିବାରେ ଜିଲ୍ଲାର ପ୍ରଥମ କୋଭିଡ ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା ପାଇଥିଲେ ।
ପନ୍ଦର ଦିନ ତଳେ ସେ ଶେଷ ଥର ପାଇଁ ପ୍ଲାଜମା ଦେଇଥିଲେ ।
ଏବେ ସେ ଚତୁର୍ଥ ଥର ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୩୨୧ ଜଣ ପ୍ଲାଜମା ଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଦୁଇ ଜଣ ୩ ଥର ଲେଖାଏଁ ଏବଂ ୧୮ ଜଣ ଦୁଇ ଥର ଲେଖାଏଁ ପ୍ଲାଜମା ଦାନ କରିଥିବା କହିଛନ୍ତି ପ୍ଲାଜମା ବ୍ୟାଙ୍କର ନୋଡାଲ ଅଫିସର ସୁସ୍ମିତା ବେହେରା ।
ମଙ୍ଗଳବାର ପର୍ଯ୍ୟନ୍ତ ମୋଟ ୭୩୦ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ସେଥିରୁ ୭୦୬ ୟୁନିଟ ବିଭିନ୍ନ କୋଭିଡ ରୋଗୀଙ୍କୁ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply