ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଭୁବନେଶ୍ୱର ଜନତା ମଇଦାନରେ ୨୧ ତାରିଖ ଠାରୁ ଆରମ୍ଭ ହୋଇଛି ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ।
ପ୍ରଥମ ଦିନ ମେଳାକୁ ଉଦଘାଟନ କରିଥିବା ବିଭାଗୀୟ ମନ୍ତ୍ରୀ ପୁଣି ମେଳା ପରିଦର୍ଶନ କରିଛନ୍ତି ।
ମେଳାରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ କାରିଗର ଓ ବୁଣାକାରମାନଙ୍କୁ ସେମାନଙ୍କର ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଥିଲେ ।
ମେଳାରେ ଦିନକୁ ଦିନ ଭିଡ଼ ଜମିବା ସହ ବେପାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୭ ତାରିଖ ସୁଦ୍ଧା ମେଳାରେ ୪କୋଟି ଟଙ୍କାର ବେପାର ହୋଇଥିବା ଜାଣି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହି ମେଳା ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ଯାଏଁ ଖୋଲା ରହୁଥିଲା ବେଳେ ଅପରାହ୍ନରେ ଅଧିକ ଭିଡ଼ ହେଉଛି ।
ବିଶେଷ କରି ଶନିବାର ଓ ରବିବାର ଅଧିକ ଗ୍ରାହକଙ୍କ ମେଳି ଜମୁଛି । ମେଳା ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆହୁରି ଭଲ ବେପାର ହେବ ବୋଲି ବିଭାଗ ଆଶା ରଖିଛି ।
ଲୋକାଲ ୱାୟାର
Leave a Reply