ଭୁବନେଶ୍ୱର, ଜାନୁଆରୀ ୨୮(ଲୋକାଲ ୱାୟାର): ଜନତା ମଇଦାନ ଠାରେ ୨୧ ତାରିଖ ଠାରୁ ଚାଲିଥିବା ପଞ୍ଚଦଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ।
ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା ଅତିଥିଙ୍କୁ ପାରମ୍ପରିକ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।
ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ କୋଭିଡ୍ ନିୟମ ମାନି ବ୍ୟବସାୟ କରିବାକୁ କାରିଗର ଓ ବୁଣାକାର ଭାଇଭଉଣୀଙ୍କୁ ଅନୁରୋଧ କରିଥିଲେ ।
ଉକ୍ତ ସନ୍ଧ୍ୟାରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ମେଳା ବୁଲିବା ସହ କାରିଗର ଓ ବୁଣାକାରଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ ।
ମେଳାର ସପ୍ତମ ସନ୍ଧ୍ୟାରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମେଳା ପରିସରରେ ବୁଲି ବିଭିନ୍ନ ସାମଗ୍ରୀ ଦେଖିଥିଲେ ।
ମେଳାରେ ୨୪ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି । ମୋଟ୍ ୨୫୦ଟି ଷ୍ଟଲ୍ ପଡ଼ିଥିଲା ବେଳେ ୨କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଛି ।
ସପ୍ତମ ସନ୍ଧ୍ୟାରେ ୩ଲକ୍ଷ ଟଙ୍କାର ବେପାର ହୋଇଥିଲା । ଏହି ମେଳା ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଚାଲିବ ।
ଲୋକାଲ ୱାୟାର
Leave a Reply