ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ନିଖିଳ ଉକ୍ରଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍ ସୁରକ୍ଷା ଟ୍ରଷ୍ଟର ବାର୍ଷିକ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।
ସେ କହିଛନ୍ତି, ସରକାର ଉଠାଦୋକାନୀଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଥଇଥାନ କରିବେ । ଅଧିକ ଭେଣ୍ଡିଂ ଜୋନ୍ ନିର୍ମାଣ କରି ସେମାନଙ୍କୁ ଯୋଗାଇ ଦେବେ ।
ଏଥିସହିତ ଉଠା ଦୋକାନୀ ୱେଲଫେୟାର ବୋର୍ଡ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।
ସମସ୍ତ ଉଠା ଦୋକାନୀ ଯେପରି ଲେଟର୍ ଅଫ୍ ରେକୋମଣ୍ଡେସନ ପାଇପାରିବେ ସେ ବିଷୟରେ ବିଏମସି କମିଶନରଙ୍କ ସହିତ ଆଲୋଚନା କରିବି ।
ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁଙ୍କ ଅଧ୍ୟକ୍ଷତାରେ ବହୁ ମାନ୍ୟଗଣ୍ୟବ୍ୟକ୍ତି ଓ ୯୦ଟି ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply