• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଥମୁନି ରାଜନୀତି: ଅଜା, ଭାଇ, ମାମୁଙ୍କ ନାଟ ଦେଖି ହସୁଥିବ ‘ପରୀ’ର ଆତ୍ମା (ବିଶେଷ)

ଥମୁନି ରାଜନୀତି: ଅଜା, ଭାଇ, ମାମୁଙ୍କ ନାଟ ଦେଖି ହସୁଥିବ ‘ପରୀ’ର ଆତ୍ମା (ବିଶେଷ)

November 30, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୩୦(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣାକୁ ନେଇ ରାଜନୀତି ଥମିନାହିଁ ।

‘ପରୀ’ ତାତିରେ ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ମାସ ପୂର୍ବରୁ ଅର୍ଥାତ୍ ମାତ୍ର ୧୦ ଦିନ ମଧ୍ୟରେ ମୁଲତବୀ ହୋଇଗଲା ।

‘ପରୀ’ ପ୍ରସଙ୍ଗକୁ ଭୟ କରି ଶାସକ ଦଳ ବିଧାନସଭାକୁ ମୁଲତବୀ ରଖିଲେ ବୋଲି ବିରୋଧୀ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗରେ ମୂକ ଦର୍ଶକ ପାଲଟିବାକୁ ନା ଦଳର କର୍ମୀ ହଜମ କରିପାରୁଛନ୍ତି ନା ପ୍ରତିଦ୍ୱନ୍ଦ୍ୱୀ ବିଜେପିର ନେତା ମାନେ ସହଜରେ ଗ୍ରହଣ କରିପାରିଛନ୍ତି ।

କୁନି ଝିଅ ‘ପରୀ’ । ଜୁଲାଇ ୧୪ରେ ହଠାତ୍ ନିଖୋଜ ହୋଇଗଲା । ପ୍ରାୟ ୯ ଦିନ ପରେ ଘର ପଛ ପାର୍ଶ୍ୱରୁ ଅଖାବସ୍ତାରେ ବନ୍ଧା ହୋଇଥିବା ତାର ମୃତଦେହ ମିଳିଲା ।

ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କଲେ । ମୃତଦେହ ବି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲ କଲେଜକୁ ପଠାଗଲା ।

ଗ୍ରାମରେ ଗୁଞ୍ଜରଣ ହେଲା ଏହା ହତ୍ୟାକାଣ୍ଡ । ପ୍ରଶ୍ନ ବି ଉଠିଲା କିଏ ବା କାହିଁକି କୁନି ଝିଅଟିକୁ ହତ୍ୟା କରିବ? କିଏ କହିଲା ବଳାକ୍ରାର ପରେ ହୋଇଛି ହତ୍ୟା, ଆଉ କିଏ କହିଲା ଅଙ୍ଗ ଚାଲାଣ ପାଇଁ ଏହି ହତ୍ୟା ହୋଇଥାଇପାରେ ।

ସନ୍ଦେହର ଅଙ୍ଗୁଳି ମଧ୍ୟ କେତେକଙ୍କ ଉପରକୁ ଗଲା, ଯେଉଁମାନେ ବି ରାଜ୍ୟ ମନ୍ତ୍ରିମଣ୍ଡଳର ପ୍ରଭାବୀ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ପାଖ ଲୋକ । ବାସ୍ ଏଇଠୁ ଆରମ୍ଭ ହେଲା ରାଜନୀତି ।

ଘଟଣାର ତଦନ୍ତ ପାଇଁ ଗୋଟିଏ ଗୋଷ୍ଠୀ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରସଙ୍ଗକୁ ଚାପି ଦେବାକୁ ପୁଲିସକୁ ବିି ହାତେଇ ନେବାରେ ସଫଳ ହୋଇଥିଲେ ।

‘ପରୀ’ର ପିତାମାତା ଥିଲେ ନାଚାର । ଗରିବ ଅଟୋ ଡ୍ରାଇଭରର କଥା ବା କିଏ ଶୁଣିବ । ଧମକ ମିଳିଲା ।

ଏପରିକି ଅନ୍ୟ ଏକ ଚୋରି ଘଟଣାରେ ଛନ୍ଦି ମାଡ଼ ମରାଗଲା । ସବୁ ଜାଣିଥିଲେ, କିଏ ଏହା ପଛରେ ଅଛି, କିନ୍ତୁ କେହି ବି ମୁହଁ ଖୋଲିବାକୁ ସାହାସ କଲେ ନାହିଁ । ଆଉ ପ୍ରଶାସନ!

ଗରିବଙ୍କ ବିପଦ କାଳେ ପୁଲିସ ଓ ପ୍ରଶାସନ ତ ବାହୁବଳୀଙ୍କ ପକେଟରେ ରହିଥାଏ । ତେଣୁ ହତ୍ୟା ହୋଇଥିଲେ ବି ପ୍ରସଙ୍ଗଟି ଅପ୍ରସଙ୍ଗ ପାଲଟିଯିବାକୁ ବେଶୀ ଦିନ ଲାଗିଲାନି ।

ନିକଟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲା । ଅଚାନକ ଦିିନେ ‘ପରୀ’ର ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମାହୁତି କରିବାକୁ ଉଦ୍ୟମ କଲେ ।

ପୁଲିସ ସେମାନଙ୍କୁ ବିରତ କରାଇବାରେ ସଫଳ ହୋଇଥିଲେ । ପିତାମାତାଙ୍କ ଦାବି ଥିଲା ‘ପରୀ’ ହତ୍ୟାର ତଦନ୍ତ ହେଉନାହିଁ । ବାସ୍ ଏଇଠୁ ପୁଣି ଥରେ ଲାଗିଲା ‘ପରୀ’ ନିଆଁ ।

ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବହିଷ୍କାର ସହ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଥିଲେ । ଗୃହରେ କୌଣସି କାମ ହୋଇପାରିଲାନି ।

ବିଧାୟକମାନେ ଧାରଣା ଦେଲେ, ହଙ୍ଗାମା ଜାରି ରଖିଲେ । ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଘୋଷଣା କଲେ ସରକାର । ତଥାପି ବିରୋଧୀ ସନ୍ତୁଷ୍ଟ ନଥିଲେ । ରାଜରାସ୍ତାରେ ବି ଆରମ୍ଭ ହେଲା ‘ପରୀ’ ଆନେ୍ଦାଳନ ।

ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ ହାଇକୋର୍ଟ ଜଜଙ୍କ ତତ୍ତ୍ୱାବଧାନରେ ହେବ ଏସଆଇଟି ତଦନ୍ତ । ଟିମ୍ ବି ତତକ୍ଷଣାତ ଘୋଷଣା ହୋଇଗଲା । ରାଜ୍ୟର ଅଭିଜ୍ଞ ତଥା ଦକ୍ଷ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଢ଼ାଗଲା ଟିମ୍ ।

ଏଇଠୁ କଂଗ୍ରେସ ପଡ଼ିଗଲା ଶାନ୍ତ । ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଏହା ଐତିହାସିକ, ଆମ ଦାବି ଅନୁଯାୟୀ ଏସସଆଇଟି ଗଠନ ହେଲା । ଓଡ଼ିଶାରେ ଏପରି କେବେ ହୋଇ ନଥିଲା । ଏହା କଂଗ୍ରେସର ସଫଳତା ।

କିନ୍ତୁ ବିଜେପି ନଛୋଡ଼ବନ୍ଦା । ମନ୍ତ୍ରିମଣ୍ଡଳରୁ ଅରୁଣଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବିରେ ଦଳ ପଲ୍ଲୀରୁ ଦିଲ୍ଲୀ ଦୁର୍ବାର ଆନେ୍ଦାଳନ କରିବାକୁ ଅଣ୍ଟା ଭିଡିଛି ।

ଆଜି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀରେ ଓଡ଼ିଶା ଭବନ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ଏଥିସହ ସମ୍ବିତ ନ୍ୟାସନାଲ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)କୁ ମଧ୍ୟ ଯାଇଛନ୍ତି ।

ଏହି ଘଟଣାରେ ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କୁ ଏହି ମାମଲାରେ ନୋଟିସ୍ ଦେବା ସହ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଇବାକୁ ସମ୍ବିତ ଅନୁରୋଧ କରିଛନ୍ତି । ଏପଟେ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା ଏବଂ ମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ ଚାଲିଛି ।

ଘଟଣାକୁ ଅତି ସମ୍ବେଦନ କରିଛି ସ୍ଥାନୀ ସରପଞ୍ଚ ସୌମ୍ୟରଞ୍ଜନଙ୍କ ଆଭିମୁଖ୍ୟ । ସେ ସିଧାସଳଖ ମନ୍ତ୍ରୀ ଅରୁଣଙ୍କ ବାହୁଛାୟା ତଳେ ଥିବା ବାବୁଲି ନାମକ ବ୍ୟକ୍ତିଙ୍କ ଭୂମିକାକୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ।

ଏପରିକି ତାଙ୍କୁ ମନ୍ତ୍ରୀ ଧମକ ଦେଉଥିବାର ଫୋନ୍ ବାର୍ତ୍ତାଳାପ ମଧ୍ୟ ଭାଇରାଲ ହୋଇସାରିଛି । ସୌମ୍ୟରଞ୍ଜନ ତାଙ୍କୁ ସୁରକ୍ଷା ଦେବା ସହ ଘଟଣାର ତଦନ୍ତ ପାଇଁ ଇତି ମଧ୍ୟରେ ହାଇକୋର୍ଟରେ ଆବେଦନ କରିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ସୋମବାର ବିଜେପି ବିଧାୟକମାନେ ନୟାଗଡ଼ ଜିଲ୍ଲାର ଯୁଦୁପୁର ଗ୍ରାମକୁ ଗସ୍ତ କରି ପରୀର ପିତାମାତାଙ୍କୁ ଭେଟିଛନ୍ତି । ତାଙ୍କ ସହ ଦଳର ବହୁ ବରିଷ୍ଠ ବିଧାୟକ ସାମିଲ ଥିଲେ ।

ମନ୍ତ୍ରୀ ଅରୁଣଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବିରେ ଦଳ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ବିଧାୟକମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।

ପରୀର ପିତାମାତା ଭୟରେ ଥିବା କହିଛନ୍ତି ପ୍ରଦୀପ୍ତ ନାୟକ । ସେମାନେ ଭୟରେ ନିଜ ଗାଁରେ ନ ରହି ଶଶୁର ଘର ଗ୍ରାମରେ ରହିଛନ୍ତି ।

ଅପରପକ୍ଷରେ ସମ୍ବିତ ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

ବିଧାନସଭାରେ କାହିଁକି ୯ ଜଣ କଂଗ୍ରେସ ବିଧାୟକ ‘ପରୀ’ ମାମଲାରେ ନିରବ ରହିଛନ୍ତି?

ଉତ୍ତରପ୍ରଦେଶର ହଥରାସ୍ ମାମଲାରେ ରାହୁଲ ଗାନ୍ଧୀ ଆନ୍ଦୋଳନ କରିଥିବା ବେଳେ ‘ପରୀ’ ମାମଲାରେ ତାଙ୍କ ଦଳର ବିଧାୟକମାନଙ୍କ ଭୂମିକା କ’ଣ ତାଙ୍କୁ ଦେଖାପଡ଼ୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସମ୍ବିତ ।

ଓଡ଼ିଶାରେ କଂଗ୍ରେସ ନେତା ବିଜେଡିଠୁ ପଇସା ନେଇ ଚୁପ୍ ରହିଥିବା ସମ୍ବିତ ଗଣମାଧ୍ୟମ ସମ୍ମୁଖରେ ଆରୋପ ଲଗାଇଛନ୍ତି ।

ସମ୍ବିତଙ୍କ କଥାରେ ବି ସତ୍ୟତା ଅଛି । ‘ପରୀ’ ଆନ୍ଦୋଳନରେ ସାମିଲ ଥିବା କଂଗ୍ରେସ ଅଚାନକ ଅଧାବାଟରୁ ଓହରି ଯାଇଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏସଆଇଟିରେ ଆମେ ଖୁସ୍ ନାହୁଁ ।

କିନ୍ତୁ ଆମ ନେତା ନିରଞ୍ଜନ-ନରସିଂହ କଥା ହେଲେ ଏବଂ ଆମକୁ କହିଲେ ମୁଖ୍ୟମନ୍ତ୍ରୀ ଆମ ଦାବି ରଖିଛନ୍ତି । ତେଣୁ ଆମେ ଆନ୍ଦୋଳନରୁ ଓହରିଯିବା । କଥା ମ୍ୟାନେଜ ହୋଇଗଲା ବୋଲି ତ ଆମେ ଓହରିଗଲୁ ।

ଏହି ପ୍ରସଙ୍ଗରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘ପରୀ’ ପ୍ରସଙ୍ଗରେ ବିଜେପି ମାଇଲେଜ ନେଉଛି । ସିବିଆଇ ତଦନ୍ତ ଦାବିରେ ସେମାନେ ଅଟଳ ଅଛନ୍ତି ।

କିନ୍ତୁ ଆମେ ଅଧାରୁ ଓହରିଗଲୁ । ଏହି ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ । ତଥାପି ଦଳର ନେତା ଯାହା କହିବେ ତାାହା ମାନିବାକୁ ଆମେ ବାଧ୍ୟ । ତେଣୁ ଚୁପ ରହିଲୁ ।

କଥା ମ୍ୟାନେଜ ହୋଇଗଲା ବୋଲି ଦଳର ବିଧାୟକ ସୁରେଶ ରାଉତରାୟ ଯେଉଁ କଥା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗରେ ଆମେ ହାଇକମାଣ୍ଡଙ୍କ ନିକଟକୁ ଯିବୁ ଏବଂ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରିବୁ ।

ଏହା ପ୍ରତିକ୍ରିୟାରେ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ‘ପରୀ’ କେବଳ ଗୋଟିଏ ପ୍ରସଙ୍ଗ ନୁହେଁ । ବହୁ ପ୍ରସଙ୍ଗ/ସମସ୍ୟା ରହିଛି । ବିରୋଧୀ ସଦସ୍ୟଙ୍କ ଦାବିକୁ ମାନି ନେଇ ରାଜ୍ୟ ସରକାର ଏସଆଇଟି ଗଠନ କରିବା ସବୁଠାରୁ ବଡ଼ ସଫଳତା ।

ପିସିସି ମୁଖ୍ୟ ନିିରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଆନେ୍ଦାଳନ ଥିଲା ଏସଆଇଟି ପାଇଁ ଏବଂ ଏହି ଦାବି ପୂରଣ ହୋଇଛି ।

ତେଣେ ଏସସିବିର ବରିଷ୍ଠ ଡାକ୍ତର କହିଛନ୍ତି, ପରୀର ମୃତଦେହ ବ୍ୟବଚ୍ଛେଦ ବେଳକୁ ସମ୍ପୂର୍ଣ୍ଣ ଗଳିତ ହୋଇ ଯାଇଥିଲା ।

ତେଣୁ ମୃତ୍ଯୁର କାରଣ ସ୍ପଷ୍ଟ ଜଣାପଡ଼ି ନଥିଲା । ବଳାତ୍କାର ହୋଇଥିଲା କିମ୍ବା ଦେହରୁ କୌଣସି ଅଙ୍ଗ କାଢ଼ି ନିିଆଯାଇଥିଲା ତାହା ଜାଣିବାକୁ କଷ୍ଟକର ଥିଲା ।

ତେବେ ରାଜନୀତିକ ସମୀକ୍ଷକ ମାନେ ପ୍ରଶ୍ନ କରିଛନ୍ତି, ଏହି ପ୍ରସଙ୍ଗରେ ମନ୍ତ୍ରୀ ଅରୁଣଙ୍କୁ ଘଣ୍ଟା ଘୋଡ଼ାଇବାକୁ ଶାସକ ଦଳ ଏତେ ବ୍ୟଗ୍ର କାହିଁକି ।

ପୂର୍ବରୁ ଅନେକ ଛୋଟ ଛୋଟ ମାମଲାରେ ମଧ୍ୟ ମନ୍ତ୍ରୀଙ୍କ ବଳି ଚଢ଼ାଇବାରେ କାର୍ପଣ୍ୟ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ।

ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନା କୌଣସି ଥାନାରେ ଅଭିଯୋଗ ହୋଇଛି ନା କୌଣସି ଠାରେ ଜନ ଆନ୍ଦୋଳନ ହୋଇଛି ।

ଏହା ସତ୍ତ୍ୱେ ଜନବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କୁ ଦଳକୁ ବହିଷ୍କାର କରିବାରେ ହାଇକମାଣ୍ଡ ପଦକ୍ଷେପ ନେଲେ ।

ଯଦିିଓ କେଉଁ ଜନବିରୋଧୀ କାର୍ଯ୍ୟ ତାହା ଏବେ ବି ରାଜ୍ୟବାସୀଙ୍କ ନିକଟରେ ଅସ୍ପଷ୍ଟ ।

କିନ୍ତୁ ପରୀ ପ୍ରସଙ୍ଗରେ ଅରୁଣଙ୍କ ଉପରେ ସିଧାସଳଖ ଅଙ୍ଗୁଳି ଉଠୁଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଗଲା, ଏପରିକି ପ୍ରସଙ୍ଗକୁ ଚାପି ଦେବାକୁ ଶୀତ ଅଧିବେଶନକୁ ବଳି ଦିଆଗଲା ।

ଅରୁଣ କଣ ଏତେ ଦକ୍ଷ ଯେ ତାଙ୍କ ପଦବି ନେବାକୁ ବିଜେଡିରେ ଆଉ ନେତା ନାହାନ୍ତି । ନା ଏକ କୁନି ଝିଅର ଜୀବନର ମୂଲ୍ୟ ସରକାରଙ୍କ ପାଖରେ କେବଳ ଏସଆଇଟିରେ ସୀମିତ ।

ଅବଶ୍ୟ, ‘ପରୀ’ ମୃତ୍ଯୁର କାରଣ ପଦାକୁ ଆସୁ କି ନ ଆସ. ଦୋଷୀ ଦଣ୍ଡ ପାଉ କି ନ ପାଉ… .. ବର୍ତ୍ତମାନ ଏହାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି, ସେମାନେ ନିଶ୍ଚିତ ଭାବେ କୁନି ଝିଅ ‘ପରୀ’ର ମାମୁ, ଭାଇ, ଅଜା ବୟସର ହେବେ । ସେମାନଙ୍କ ନାଟ ଦେଖି ‘ପରୀର ଆତ୍ମା ହସୁଥିବ ନିଶ୍ଚିତ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire