ଭୁବନେଶ୍ୱର, ଏପ୍ରିଲ ୨୬ (ଲୋକାଲ ୱାୟାର): କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶବ୍ୟାପି ଲକ୍ ଡାଉନ ଯୋଗୁଁ ଥାନାରେ ବାହା ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଏସ.ଆଇ ଦୀପ୍ତିରଞ୍ଜନ ଦିଗଲ ।
କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋତ୍ସାରାଣୀ ଦିଗଲଙ୍କ ସହ ଏସ.ଆଇ ଦୀପ୍ତିରଞ୍ଜନ ଦିଗଲଙ୍କ ବିବାହ ସ୍ଥିର ହୋଇଥିଲା । ହେଲେ ଲକ୍ଡାଉନ ଯୋଗୁଁ ଦୀପ୍ତିରଞ୍ଜନ ଗାଁକୁ ଫେରି ପାରିନଥିଲେ ।
ଫଳରେ ଜ୍ୟୋତ୍ସାରାଣୀଙ୍କ ବାପା, ମା ଝିଅକୁ ଧରି ସୁବଳୟା ଥାନାରେ ପହଞ୍ଚିଥିଲେ । ଥାନାରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ବରକନ୍ୟା ।
ଲକ୍ ଡାଉନ କଟକଣା ଯୋଗୁଁ ବରଯାତ୍ରୀ, ବାଜା, ରୋଷଣୀ ବିନା ଥାନାରେ ଉଭୟଙ୍କର ବାହାଘର ହୋଇଥିଲା ।
ଏହି ବିବାହରେ ଏସଡିପିଓ ଧୀରଜ ଚୋପଦାର, ସୁବଳୟା ଥାନା ଆଇଆଇସି ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply