ଜଗତସିଂହପୁର, ଅକ୍ଟୋବର ୨୧(ଲୋକାଲ ୱାୟାର): ଥାନା ମଧ୍ୟରେ ମଦ ବେପାରୀଙ୍କ ସହ ମଦ ପିଉଥିବା ଅଭିଯୋଗରେ ଜଗତସିଂହପୁର ନାଉଗାଁ ଥାନାର ଜଣେ ସବ୍ ଇନ୍ସପେକ୍ଟରଙ୍କୁ ବୁଧବାର ଏସପି ନିଲମ୍ବିତ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ନାଉଗାଁ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ସେମାନଙ୍କ ସହ ହାତ ମିଳାଇଥିବା ଅଭିଯୋଗ ହୋଇ ଆସୁଥିଲା ।
ମଙ୍ଗଳବାର ଉକ୍ତ ଥାନାର ଏସଆଇ ବିବେକାନନ୍ଦ ସାହୁ ଥାନା ଭିତରେ ଜଣେ ମଦ ବେପାରୀଙ୍କ ସହ ମଦ ପିଉଥିବା ଦେଖିବାକୁ ମିଳିଥିଲା ।
ପରେ ଏହାର ଭିଡିଓ ଭାଇରାଲ ହୋଇଥିଲା । ଏସପି ଆର. ପ୍ରକାଶ ଏ ସମ୍ପର୍କରେ ଜାଣିବା ପରେ ଏସଡିପିଓ ପ୍ରିୟରଞ୍ଜନ ଶତପଥିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ।
ତଦନ୍ତରୁ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିବା ପରେ ଏସପି ଏସଆଇଙ୍କୁ ନିଲମ୍ବିତ କରିଛନ୍ତି ।
ଲୋକାଲ ୱାୟାର
Leave a Reply