ଭୁବନେଶ୍ୱର, ନଭେମ୍ବର ୨୫ (ଲୋକାଲ ୱାୟାର) : ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।
କୋଭିଡ୍ ଯୋଗୁଁ ପରୀକ୍ଷା ଓ ପାଠପଢାରେ ଉପୁଜିଥିବା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ପରସ୍ପର ସହ ଜାତୀୟ ସ୍ତରରେ ସଂପୃକ୍ତ । ତେଣୁ କୋଭିଡ କାଳରେ ବୋର୍ଡ ପରୀକ୍ଷା ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଉ ।
ଜାତୀୟ ସ୍ତରରେ ଗାଇଡ୍ ଲାଇନ୍ ଆସିଲେ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭବାକଙ୍କ ମନରେ ଥିବା ଉଦବେଗ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply