କଟକ, ସେପ୍ଟେମ୍ବର ୧୬(ଲୋକାଲ ୱାୟାର): କଟକ ଦଶହରାରେ ମଣ୍ଡପ ଗୁଡ଼ିକରେ ମୂର୍ତ୍ତିଙ୍କ ଉଚ୍ଚତା କେତେ ହେବ ସେ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଏ ନେଇ କମିଶନେରେଟ ପୁଲିସ ହିଁ ନିଷ୍ପତ୍ତି ନେବ ବୋଲି ବୁଧବାର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ମଣ୍ଡପ ଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟରେ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ କିଛି ଦିନ ତଳେ ନିର୍ଦ୍ଦେଶାବଳୀ ଜାରି କରିବା ପରେ ପ୍ରାୟ ୨୫ଟି ପୂଜା କମିଟି ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ।
ସହରର ସମସ୍ତ ପୂଜା କମିଟି ଲିଖିତ ଭାବେ ସେମାନେ କେତେ ଉଚ୍ଚତାର ମୂର୍ତ୍ତି କରୁଛନ୍ତି ତାହା ପୁଲିସକୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ ପୁଲିସ ପୂଜା ମଣ୍ଡପ ତଦାରଖ କରି ସନ୍ତୁଷ୍ଟ ହେଲେ ପୂଜା ପାଇଁ ଅନୁମତି ଦେଇପାରିବ ବୋଲି ହାଇକୋର୍ଟ କହିଥିବା କହିଛନ୍ତି ଆଇନଜୀବୀ ଅଶୋକ ମହାପାତ୍ର ।
ତେବେ ପୂଜା ମଣ୍ଡପ ଗୁଡ଼ିକୁ ତିନି ପାର୍ଶ୍ୱରୁ ଆବଦ୍ଧ କରିବାକୁ ରାଜ୍ୟ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ହାଇକୋର୍ଟ କିଛି ପରିବର୍ତ୍ତନ କରିନାହାନ୍ତି । ତେଣୁ ଏଥର ପୂଜା ମଣ୍ଡପ ଗୁଡ଼ିକ ତିନି ପାର୍ଶ୍ୱରୁ ଆବଦ୍ଧ ରହିବା ନିଶ୍ଚିତ ।
ଲୋକାଲ ୱାୟାର
Leave a Reply