ଭୁବନେଶ୍ୱର, ଡିସେମ୍ବର ୫(ଲୋକାଲ ୱାୟାର): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ି ଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍ ।
ଯାହା ଆସନ୍ତା ୮ତାରିଖରେ ଉଦଘାଟନ ହେବ । ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସ୍ଥାନରେ ଶୁକ୍ରବାର ପହଞ୍ଚିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
କାର୍ଯ୍ୟର ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ଅଧିକାରୀ ତଥା ନିଦେ୍ର୍ଦଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପୂରା ସ୍ଥଳ ବୁଲି ଦେଖିବା ସହ ପର୍ଯ୍ୟଟକଙ୍କୁ କିପରି ଆତିଥ୍ୟ ପ୍ରଦାନ କରାଯିବ ସେ ସମ୍ପର୍କରେ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା ଓ ବାର୍ତ୍ତାଳାପ କରିଥିଲେ । କିଛି ସମୟ ସେମାନଙ୍କ ମଧ୍ୟ ଗୁରୁତପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା ।
ଲୋକାଲ ୱାୟାର
Leave a Reply