• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଦାୟିତ୍ୱରୁ ବିଦା ହୋଇଥିବା ବ୍ୟକ୍ତିଙ୍କୁ ପୁଣି ରାଜ୍ୟ ସମବାୟ ବ୍ୟାଙ୍କରେ ନିଯୁକ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଦାୟିତ୍ୱରୁ ବିଦା ହୋଇଥିବା ବ୍ୟକ୍ତିଙ୍କୁ ପୁଣି ରାଜ୍ୟ ସମବାୟ ବ୍ୟାଙ୍କରେ ନିଯୁକ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

October 29, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୮(ଲୋକାଲ ୱାୟାର): ରାଜ୍ୟ ସମବାୟ ବ୍ୟାଙ୍କରେ ଗୋଟିଏ ପଦବିରୁ ବିଦା ହୋଇଥିବା ଜନୈକ ବ୍ୟକ୍ତିଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି ।

ସେ ଦର୍ଶାଇଛନ୍ତି ଯେ, ୨୦୧୫ ଜୁଲାଇରୁ ୨୦୨୦ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିଥିଲେ ।

ଗତ ଜୁଲାଇ ମାସରେ ସେ ବ୍ୟାଙ୍କ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସୋସାଇଟିର କମ୍ପୁ୍ୟଟରୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିବାରେ ଜାଣିବାକୁ ପାଇଥିଲେ ବ୍ୟାଙ୍କର ଆଇଟି ବିଶେଷଜ୍ଞ ଭାବେ ସେତେବେଳେ ଜନୈକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ତେବେ ତାଙ୍କ ପ୍ରକୃତ ବୟସ ଓ ଅଭିଜ୍ଞତା ସମ୍ପର୍କିତ ତଥ୍ୟ ତାଙ୍କ ଠାରୁ ଲୁଚାଇ ବ୍ୟାଙ୍କ ତକ୍ରାଳୀନ ପରିଚାଳନା ନିର୍ଦ୍ଦେଶକ ଡି.କେ. ଜେନା ଏବଂ କୋଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର ଡ. ତ୍ରିବିକ୍ରମ ପ୍ରଧାନ ଏହି ନିଯୁକ୍ତି ଦେଇଥିଲେ ।

ବିସ୍ମୟର କଥା ଯେ ତାଙ୍କୁ ଆଇଟି ବିଶେଷଜ୍ଞ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାଙ୍କର ନା ହାର୍ଡୱେର ନା ସଫ୍ଟୱେର ବାବଦରେ କିଛି ବି ଅଭିଜ୍ଞତା କି ଶିକ୍ଷାଗତ ଯୋଗ୍ୟତା ଥିଲା ।

ବୟସ ତାଙ୍କର ପାଖାପାଖି ୬୯ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଥିଲା କେବଳ ବିଜ୍ଞାନରେ ସ୍ନାତକୋତ୍ତର ।

ଏହାସତ୍ତ୍ୱେ ତାଙ୍କୁ ମାସିକ ୩ ଲକ୍ଷ ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତା ସହ ନିଯୁକ୍ତି ଦିଆଯାଇଥିଲା । ବ୍ୟାଙ୍କର ଆଇଟି ସମ୍ପର୍କିତ କାର୍ଯ୍ୟରେ ତାଙ୍କର ଅବଦାନ ଥିଲା ନୈରାଶ୍ୟଜନକ ।

ଏହି ସ୍ଥିତି ଅନଧ୍ୟାନ କରିବା ପରେ ତାଙ୍କୁ ଆଇଟି ବିଶେଷଜ୍ଞ ପଦରୁ ସଭାପତି ଅନ୍ତର କରିଥିଲେ ଏବଂ ସରକାରୀ ନିୟମକୁ ଅଣଦେଖା କରି ତାଙ୍କୁ ନିଯୁକ୍ତି ଦେଇଥିବା ଅଫିସରମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ ।

ତେବେ ଗତ ୨୬ ତାରିଖରେ ବ୍ୟାଙ୍କର ପ୍ରଶାସକଙ୍କ ସୁପାରିସରେ ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ତାଙ୍କୁ ପୁନର୍ବାର ସେହି ପୂର୍ବୋକ୍ତ ପଦରେ ନିଯୁକ୍ତି ଦେଇଛନ୍ତି, ସମାନ ଦରମା ଏବଂ ସମାନ ସୁବିଧା ସହ ।

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା, ଦକ୍ଷତାର ଅଭାବ ଥିବା ଏବଂ ଅଧିକ ବୟସ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଦରୁ ଅନ୍ତର କରାଯାଇଥିବା ବେଳେ ପୁନର୍ବାର କିପରି ସବୁକିଛି ଅନୁଧ୍ୟାନକୁ ଅଣଦେଖା କରି ସେହି ସମାନ ପଦରେ ନିଯୁକ୍ତି ଦିଆଯାଇଛି ବୋଲି ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବ୍ୟାଙ୍କର ଦୁର୍ନୀତିକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଚିଠିରେ ଅନୁରୋଧ କରିିଛନ୍ତି ଶ୍ରୀ ମହାନ୍ତି । ଏ ସମ୍ପର୍କରେ ରାଜ୍ୟ ସମବାୟ ବ୍ୟାଙ୍କ କତ୍ତୃପକ୍ଷ ଅଥବା ନିଯୁକ୍ତି ପାଇଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଲୋକାଲ ୱାୟାର

Filed Under: Odia, Politics Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire