ଭୁବନେଶ୍ୱର, ଅଗଷ୍ଟ ୧୯ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି।
ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଛି ।
ଆରଟିପିସିଆରରେ ୫ ହଜାର ୬୮, ଆଣ୍ଟିଜେନରେ ୪୭ ହଜାର ୮୩୪ ଓ ଟ୍ରୁନଟ୍ ମାଧ୍ୟମରେ ୧୧୩ଟି ଟେଷ୍ଟ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫,୩୫୪ କରୋନା ଟେଷ୍ଟ ହୋଇଛି ।
ଲଗାତାର ୪ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି ।
ଏବେ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।
ଲୋକାଲ ୱାୟାର
Leave a Reply